ସରକାରୀ ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ସମାବର୍ତ୍ତନ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ତାରା ତାରିଣୀ ଛକଠାରେ ଥିବା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପୁରୁଷୋତ୍ତମପୁର ଠାରେ ଚଳିତ ବର୍ଷ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କର ସମାବର୍ତ୍ତନ ଉତ୍ସବର ଉଦଘାଟନ ମାନ୍ୟବର ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ କରକମଳରେ ଅନୁଷ୍ଠିତ ହୋଇଅଛି।  ଅନୁଷ୍ଠାନର ଅଧ୍ୟକ୍ଷ ଇଂ ଲୋକେଶ ପଟ୍ଟନାୟକ ଏବଂ ଟ୍ରେନିଂ ଅଫିସର ଶ୍ରୀ ସୁବାସ ଚନ୍ଦ୍ର ଲାହେରୀଙ୍କ ଉପସ୍ଥିତିରେ ଆଜିର କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସୂଚାରୁରୂପେ ସମ୍ପାଦନ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ କାର୍ଯ୍ୟକ୍ରମଟିରେ ମୋଟ ୧୫୦ ଜଣ ଉତ୍ତୀର୍ଣ୍ଣ ଛାତ୍ରଛତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇ ସମ୍ମାନିତ କରାଯାଇଥିଲା। ମାନ୍ୟବର ବିଧାୟିକା ଏବଂ ଅନୁଷ୍ଠାନ ଳର ଅଧକ୍ଷ ଶିକ୍ଷା ଓ ଗୁରୁଙ୍କ ମହତ୍ତ୍ଵ ଜୀବନରେ କିପରି ସଫଳତା ପାଇବାରେ ସହାୟ ହୋଇଥାଏ, ଏହା ସମସ୍ତଙ୍କୁ ଅବଗତ କରାଇଥିଲେ। ଏତଦ୍ ବ୍ୟତୀତ ଶ୍ରୀ ଲାହେରି ଟ୍ରେନିଂ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ନିମନ୍ତେ ଉପଯୁକ୍ତ ପଥ ପଦର୍ଶନ କରାଇ କାର୍ଯ୍ୟକ୍ରମଟିକୁ ଉଜ୍ଜାପିତ କରାଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.