ଏକାଠି ନୂଆଖାଇ ବିଶ୍ବ ଭାତୃତ୍ବର ବାର୍ତ୍ତା ପ୍ରଦାନ କଲେ କୁଶୁର୍ଲା ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗଣପର୍ବ ନୂଆଖାଇ ପାଇଁ ଉତ୍ସବ ମୁଖର ହୋଇଉଠିଛି କଳାହାଣ୍ଡି। ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆ ଖାଉଛନ୍ତି ଜିଲ୍ଲାର ଅଧିକାଂଶ ଅଞ୍ଚଳ। ଏହାରି ଭିତରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏକାଠି ନୂଆଖାଇ ବିଶ୍ବବାସୀଙ୍କୁ ଭାଇଚାରାର ବାର୍ତ୍ତା ପ୍ରଦାନ କରିଛନ୍ତି କୁଶୁର୍ଲା ଗ୍ରାମବାସୀ। କର୍ଲାମୁଣ୍ଡା ବ୍ଲକର ଏହି ଐତିହାସିକ ଗ୍ରାମରେ ସମସ୍ତେ ଏକାଠି ନୂଆଖାଇଛନ୍ତି। ପ୍ରଥମେ ଗାଁର ଧରଣୀ ଗୁଡିରେ ପୂଜା କରାଯାଇଥିଲା ଏହାପରେ ନୀଳକଣ୍ଠେଶ୍ୱର ମନ୍ଦିର, ରାମ ମନ୍ଦିର ଓ ଲକ୍ଷ୍ମୀମନ୍ଦିରରେ ପୂଜା କରାଯାଇଥିଲା। ଇତି ମଧ୍ୟରେ ସମସ୍ତେ ନିଜ ନିଜ ଗୃହରେ ଗୃହ ଦେବା ଦେବୀଙ୍କୁ ପୂଜା ସମ୍ପର୍ଣ୍ଣ କରିଥିଲେ। ଶେଷରେ ରାଧାକୃଷ୍ଣଙ୍କ ନିକଟରେ ପୂଜା କରାଯାଇ ନୂଆଚୁଡା ସମସ୍ତେ ଏକାଠି ସେବନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.