ଶାନ୍ତି ଶୃଙ୍ଖଳାର ସହ ୫ ଦିନ ପୂଜା ଅନୁଷ୍ଠିତ ହେବ -ପିଣ୍ଟୁ ନାଗ, ସଭାପତି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଦୁର୍ଗା ମଣ୍ଡପ ପରିସରରେ ଧରଣୀଧର ଧଙ୍ଗଡ଼ାମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଭାପତିଙ୍କ ସ୍ୱଗାତ ଭାଷଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଗତବର୍ଷ ଅନୁଷ୍ଠିତ ପୂଜାର ବ୍ୟୟ ଅଟକଳ ଉପରେ ସମ୍ୟକ ଆଲୋଚନା ହୋଇଥିଲା । ଚଳିତ ବର୍ଷ କିଭଳି ଶୃଙ୍ଖଳିତ ଭାବରେ ପାଞ୍ଚ ଦିନ ଧରି ପୂଜା ଅନୁଷ୍ଠିତ ହେବ ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ବୈଠକ ରେ ମତ ପ୍ରକାଶ ପାଇଥିଲା । ଚଳିତ ବର୍ଷ ନର୍ଲାରେ ଶାରଦୀୟ ଦୁର୍ଗାପୂଜା ପରିଚାଳନା ପାଇଁ ପରିଚାଳନା କମିଟି ଗଠନ ନିମନ୍ତେ କର୍ମକର୍ତ୍ତା ଚୟନ କରାଯାଇଥିଲା । ପୂଜା କମିଟିର ସଭାପତି ଭାବରେ ମୃତ୍ୟୁଞ୍ଜୟ ନାଗ (ପିଣ୍ଟୁ)ଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା। ସେହିଭଳି ଉପସଭାପତି ଭାବରେ ଘସିରାମ ସାହୁ, ସମ୍ପାଦକ ଭାବରେ ଦୀପୁ ପାତ୍ର, ଯୁଗ୍ମ ସମ୍ପାଦକ ଭାବରେ କ୍ଷେତ୍ର ସାହାଣୀ, କୋଷାଧ୍ୟକ୍ଷ ଭାବରେ ବାଣ୍ଟୁ ଚାନ୍ଦ, କାର୍ଯ୍ୟକାରୀ ସଭାପତି ଭାବରେ ରୋହିତ ମାଝୀ, ସହଯୋଗୀଭାବରେ ଭବାନୀ ଗୌଡ଼ଙ୍କୁ ସର୍ବ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ସେହିଭଳି ଉପଦେଷ୍ଟା କମିଟିର ସଦସ୍ୟ ଭାବରେ ପୂର୍ଣ୍ଣଚନ୍ଦ୍ର ପୁଝାରୀ, କିଶୋରଚନ୍ଦ୍ର ମାଝୀ, ଯଶୋବନ୍ତ ପୂଝାରୀ, ଚକ୍ରଧର ଗୌଡ଼, ପ୍ରିୟବ୍ରତ ଚାନ୍ଦ (କୁଲୁ), ପ୍ରଭୋବ ଚାନ୍ଦ, ପ୍ରଦୀପ ହଂସ(ବଡ), ଟିମ୍ପୁ ପୂଝାରୀ, ବିମଲ ସାହାଣୀ, ମିନି ନାୟକ, ଟିଟୁ ଚାନ୍ଦ, ପ୍ରବୋଧ ମିଶ୍ର (ଟିଟୁ), ଗୋଲୁ ଖେତନ, ସୁନୀଲ ନାଗ, ମୋହିତ ମିଶ୍ର, ମଣ୍ଟୁ ପୁଝାରୀ, ଭକ୍ତ ମାଝୀ, ସୁଶାନ୍ତ ସାହୁ, ଲକ୍ଷ୍ମଣ ମାଝୀ ପ୍ରମୁଖଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା। ଶେଷରେ ନବ ନିର୍ବାଚିତ ସମ୍ପାଦକ ଦୀପୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।