ପୁରୁଷୋତ୍ତମପୁର ଗଡ଼ ସାହି ଗଣେଶ ପୂଜାରେ ଯୋଗଦେଲେ ଖଲ୍ଲିକୋଟ ଏନଏସି ଅଧକ୍ଷ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):   ପୁରୁଷୋତ୍ତମପୁର ଗଡ଼ ସାହି ପୁଜା କମିଟିଙ୍କ ଅନୁରୋଧ ରକ୍ଷାକରି ଗଣେଶଙ୍କ ଦର୍ଶନ କରିବାକୁ ଆସିଥିଲେ ଖଲ୍ଲିକୋଟ ଏନଏସି ଅଧକ୍ଷ ଇଂ. ନିରଞ୍ଜନ ବେହେରା । ଖଲ୍ଲିକୋଟ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂକଳେଶ୍ୱର ଦାଶ, ଦାନପୁରର ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ ଓ ସମାଜସେବୀ ନିରଞ୍ଜନ  ନାୟକ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ | ପୁଜା କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା |   ପ୍ରଥମେ ପୁରୁଷୋତ୍ତମପୁର ସ୍ଥିତ ଗଡ଼ସାହି ଛକରୁ  ବାଜା, ବାଣ ରୋଷଣୀ ସହ କନକା ନୋଳିଆ ସାହି, କନକା ମଝି ସାହି ଓ ଖଣ୍ଡିଆ ସାହି ଦେଇ ବିରାଟ ପଟୁଆରରେ  ଗଣେଶ ମେଢ଼ ନିକଟକୁ ପାଛୋଟି ନେଇଥିଲେ |  ପୂଜା କମିଟି ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ  ଗଣେଶଙ୍କ ନିକଟରେ ଏକ ଶହ ଆଠ ଆଳତି ଦର୍ଶନ କରି  ଆନନ୍ଦିତହୋଇଥିଲେ ଅତିଥି ମାନେ |  ପୂଜା କମିଟି ସଭାପତି ଓ ସମ୍ପାଦକଙ୍କ ସଂଯୋଜନାରେ ଆୟୋଜିତ ପୂଜା ଉତ୍ସବରେ ଅନ୍ୟତମ ଅତିଥିଭାବେ ଭାବେ ପୁରୁଷୋତ୍ତମପୁର ପୂର୍ବତନ ନଗର ପାଳ ବାସୁଦେବ ମହାପାତ୍ର, ବର୍ତ୍ତମାନ ନଗର ଉପାଧକ୍ଷ୍ କୃଷ୍ଣ ଚନ୍ଦ୍ର ପଣ୍ଡା, କାଉନସିଲର ଭାସ୍କର ବେହେରା, ଭବାନୀ ଶଙ୍କର ନାହାକ, କେ.ପ୍ରମୋଦ କୁମାର ଆଚାରୀ, ଲିଙ୍ଗରାଜ ବେହେରା, ଅରୁଣ କୁମାର ମାହାଙ୍କୁଡ, କାଉନସିଲର ପ୍ରତିନିଧି ବିଶ୍ୱଭୂଷଣ ମହାପାତ୍ର, ରଞ୍ଜନ ବେହେରା, ଲୋକନାଥ ବେହେରା, ବିଜେଡି ଜିଲ୍ଲା ଯୁବ ଉପସଭାପତି ଜି. ଲିଙ୍ଗରାଜ ଆଚାରୀଙ୍କ ସହିତ ଅନ୍ୟ ଅତିଥି ମାନେ ଯୋଗ ଦେଇ ପୂଜା କମିଟିକୁ ଉତ୍ସାହିତ କରିଥିଲେ | ଏଥିରେ ବହୁ ଯୁବ, ଛାତ୍ର ଓ ସାହି ବାସିନ୍ଦା ଯୋଗ ଦେଇ ପ୍ରସାଦ ସେବନ କରିଥିଲେ  |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.