ଜୟପାଟଣା ଉମା ଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଳକରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେରେ ଜୟପାଟଣା ବ୍ଲକର ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବୀର ବାଗ, ଉପାଧ୍ୟକ୍ଷ ଜାନକୀ ବାଣୁଆ, ୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଅଙ୍ଗଦ ମାଝୀ, ୨ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଦେବ ପୁଝାରୀ, ୩ ନମ୍ବର ଜିଲ୍ଲା ପରିଷଦ ଜୋନ୍ ର ଜିଲ୍ଲା ପରିଷଦ ପ୍ରତିନିଧି ଦିଲିପ ରାଉତ, ତଥା ଜୟପାଟଣା ବ୍ଲକ ଅନ୍ତର୍ଗତ ୨୨ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟ ସଭ୍ୟା ଏବଂ ଜନପ୍ରତିନିଧି ଉପସ୍ଥିତ ରହିଥିଲେ। ଏହି ଅବସରରେ ୨୨ ଗୋଟି ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା, ତଥା ଅନ୍ୟାନ୍ୟ ଅନୁଷ୍ଠାନର ମହିଳା, ପୁରୁଷ ହଜାର ହଜାର ସଂଖ୍ୟାରେ ଯୋଗଦେଇ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯିବା ବ୍ୟବସ୍ଥା ଥିବା ବେଳେ ସର୍ବମୋଟ ୨୨ ଗୋଟି ପଞ୍ଚାୟତ ପାଇଁ ୧୧ କୋଟି ଟଙ୍କା ପ୍ରାବଧାନ ଅଛି। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗ୍ରାମର ମନ୍ଦିର ନିର୍ମାଣ, ରାସ୍ତାର ଉନ୍ନତି କରଣ, ଗାଧୁଆ ତୁଠ ନିର୍ମାଣ ସହିତ ଜଗନ୍ନାଥ ସଂସ୍କୃତି ରେ ପ୍ରଚାର ପ୍ରସାର ପାଇଁ ପ୍ରାବଧାନ ଥିବା ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ତାଙ୍କର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ଜୟପାଟଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ପରିଚାଳନା କରିଥିବା ବେଳେ ଉପସ୍ଥିତ ରହି ଥିବା ବ୍ଳକ କର୍ମଚାରୀ ତଥା ବିଭିନ୍ନ ବିଭାଗରୁ ଆସିଥିବା କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.