ଜୁନାଗଡ,୧୬/୬ : କଳାହାଣ୍ଡିରେ ଦିନକୁଦିନ ସଡକ ଦୂର୍ଘଟଣା ବଢି ଚାଲିଥିବାବେଳେ ଆଜି ମଧ୍ୟ ଏକ ଦୂର୍ଘଟଣାର ଖବର ଆମର ହସ୍ତଗତ ହୋଇଛି । ବସ୍ ଦୂର୍ଘଟଣାରେ ହେମରାଜ ପୁଝାରୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଭତରାଗୁଡା ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଭବାନିପାଟଣା – ଜୁନାଗଡ – କଲମପୁର ଯାଉଥିବା ମା ସନ୍ତୋଷୀ ବସ
( OR08G8248 ) କଳମପୁର ଯିବା ସମୟରେ ଭତରାଗୁଡା ପାଖ ରାସ୍ତାରେ ଦୂର୍ଘଟଣାଗ୍ରସ୍ଥ ହୋଇଥିଲା । ଉତ୍ୟକ୍ତ ଲୋକେ ଶବକୁ ରାସ୍ତା ଉପରେ ରଖି ଆନ୍ଦୋଳନ ଜାରି ରଖିଛନ୍ତି ।