ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆସନ୍ତା କାଲି ୧୪ ତାରିଖ ଶୁକ୍ରବାର ଓ ୧୬ ତାରିଖ ରବିବାର ଦୁଇ ଦିନ ସକାଳ ୬ ରୁ ୧୦ ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବା ନେଇ ଓଡିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିଃ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ ଯେ ଜାତୀୟ ରାଜପଥ ଉପରେ ଥିବା ବଲାଙ୍ଗୀର ନୁଆ – ସୋନପୁର ୧୩୨ କେଭି ଲାଇନ ତାର ସ୍ଥାନାନ୍ତରଣ କାର୍ଯ୍ୟ ପାଇଁ ଏହି ବିଦ୍ୟୁତ୍ କାଟ ହେବ।