ନାବାଳିକା କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଅସଦାଚରଣ ସହ ମାଡ଼ ମାରିଥିବା ନେଇ ସଇଁତଲା ଥାନାରେ ଅଭିଯୋଗ ହୋଇଛି l ଉକ୍ତ ଘଟଣାକୁ ପୋଲିସ ଭିର୍ତ୍ତି କରି ଥାନା କେସ ନଂ 337/24 ଅନୁସାରେ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ 296, 115(2), 351(2), 126(2), 74, 78 ଓ 12 ପୋସ୍କୋରେ ମାମଲା ରୁଜୁ ହୋଇଛି l ଏଥିରେ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇଦେଇଛି l ଗିରଫ ଅଭିଯୁକ୍ତଙ୍କ ନାମ କରୁଣାସିନ୍ଧୁ ପାତ୍ର ଓରଫ ରିପୁ (27) କନ୍ଧକେଲଗାଁ ପଞ୍ଚାୟତ ସର୍ଗିପାଲି ଗାଁର ବୋଲି ଜଣାପଡିଛି l

Omkar Vasthu
Omkar Vasthu

ପ୍ରକାଶ ଯେ, ନାବାଳିକା କଲେଜ ଛାତ୍ରୀ ଜଣକ ଦେଓଗାଁ କଲେଜରୁ ପାଠ ପଢି ଘରକୁ ଫେରୁଥିବା ବେଳେ ପୂର୍ଵରୁ ଜଗି ରହିଥିବା ସର୍ଗିପାଲି ଗାଁର କରଣାସିନ୍ଧୁ ନାମକ ଜୈନିକ ଯୁବକ ଛାତ୍ରୀ ଜଣକଙ୍କୁ ରାସ୍ତାରେ ଅଟକାଇ ଅସଦାଚରଣ କରିବା ସହ ମାଡ଼ ମାରିଥିଲା ବୋଲି ଥାନା ଲିଖିତ ଏତଲା ଦେଇଛି l ଏହି ଘଟଣାକୁ ସଇଁତଲା ଆଇଆଇସି ସୁଶାନ୍ତ କୁମାର ପ୍ରଧାନ ଙ୍କ ତତ୍ତ୍ୱବଧାନରେ ସେକେଣ୍ଡ ଅଫିସର ଗୋଇଣ୍ଡି ଖାଁଖାଁ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା କରି କୋର୍ଟ ଚାଲାଣ କରିଛନ୍ତି l ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.