ଫକୀରମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେଲା ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ବିଭାଗ ଦ୍ବାରା ଆୟୋଜିତ ‘ହର୍ ଘର ତ୍ରିରଙ୍ଗା’ (ଘରେ ଘରେ ତ୍ରିରଙ୍ଗା) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନାର ସଂଯୋଜକ ଡକ୍ଟର ଅମୂଲ୍ଯ କୁମାର ଆଚାର୍ଯ୍ଯ ତଥା ପ୍ରୋଗ୍ରାମ ଅଫିସର ଡ଼କ୍ଟର ପ୍ରତିମା ପ୍ରଧାନ ଓ ଡ଼କ୍ଟର ଜଗନ୍ନାଥ ବେହେରାଙ୍କ ତତ୍ତ୍ବାବଧାନରେ ଏନଏସଏସର ସ୍ବେଚ୍ଛାସେବୀଙ୍କ ସହ ଛାତ୍ରଛାତ୍ରୀମାନେ ଏକ ରାଲିରେ ନିକଟସ୍ଥ ମର୍ଦ୍ଦରାଜପୁର ଓ ନୂଆପାଢୀ ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ତିରଙ୍ଗା ବଣ୍ଟନ କରିବା ସହ ଆସନ୍ତା ସ୍ବାଧୀନତା ଦିବସ ପାଳନ ସଂପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ।

Omkar Vasthu
Omkar Vasthu

ଛାତ୍ରଛାତ୍ରୀମାନେ ଗ୍ରାମର ପ୍ରତି ଘରକୁ ଯାଇ ଆବାଳବୃଦ୍ଧଙ୍କୁ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଏହାକୁ ସମ୍ମାନ ଜଣାଇବାକୁ ଅନୁରୋଧ କରିଥିଲେ। ଏଥିସହିତ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗ ସମ୍ମୁଖରେ ତ୍ରିରଙ୍ଗା ଲଗାଯିବାକୁ ସୂଚୀତ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.