ଗୁରୁ ନାନକ ବିଦ୍ୟାଳୟରେ ଜନ୍ମାଷ୍ଟମୀ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ଖରିଆର ରୋଡ଼ (ସୁରେନ୍ଦ୍ର କୁମାର ସ୍ବାଇଁ): ଶ୍ରୀକୃଷ୍ଣ ଜନ୍ମାଷ୍ଟମୀକୁ ନେଇ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ। ଏହି ପରିପ୍ରେକ୍ଷୀରେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ମଠ ମନ୍ଦିର ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଳିତ ହେଉଛି ସନାତନ ସଂସ୍କୃତିର ଏହି ମହାପାର୍ବଣ।

ଖରିଆର ରୋଡ଼ ସ୍ଥିତ ଗୁରୁ ନାନକ ବିଦ୍ୟାଳୟରେ ମଧ୍ୟ ସୋମବାର ସ୍କୁଲର ପ୍ରନ୍ସପାଲ ସୁରେନ୍ଦ୍ର କୁମାର ସ୍ବାଇଁଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ଜନ୍ମାଷ୍ଟମୀ ଉତ୍ସବ। ଶ୍ରୀକୃଷ୍ଣ ଆଳତିରୁ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ସ୍କୁଲର ଭାଇସ ପ୍ରିନ୍ସପାଲ ଆଦର୍ଶ ଅଗ୍ରୱାଲ, ଶିକ୍ଷକ/ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇଥିବାବେଳେ ଦଧି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ମନମୁଗ୍ଧକର ଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ଓ ଫେନ୍ସି ଡ୍ରେସ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗିନ ହୋଇ ଉଠିଥିଲା ବିଦ୍ୟାଳୟ ପରିସର। ଶେଷରେ ବିଦ୍ୟାଳୟର ଭାଇସ ପ୍ରିନ୍ସପାଲ ଆଦର୍ଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.