ମଦନପୁର ରାମପୁର ଠାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ତମ ଆବିର୍ଭାବ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ମ.ରାମପୁର ବ୍ଲକ ସ୍ତରୀୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ଦିବସ ରଜମୁଣ୍ଡା ସ୍ଥିତ ସତ୍ୟ ନାରାୟଣ ସାହୁଙ୍କ ଆମ୍ବ ବଗିଚା ଠାରେ ପାଳିତ ହୋଇଯାଇଛି। ଅସୀମ ଘୋଷ, ସହପ୍ରତିରିତ୍ୱିକ ମ. ରାମପୁରଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ମୁଖ୍ୟ ଆଲୋଚକ ଭାବେ ସଇଁତଳାର ଆର୍ତ୍ତତ୍ରାଣ ଷଡ଼ଙ୍ଗୀ, ଅଧୁର୍ଯ୍ୟ ଯୋଗ ଦେଇଥିଲେ। ମ.ରାମପୁର, ମଦନପୁର ଓ ଯୋରାଡୋବ୍ରା ଅଞ୍ଚଳର ତିନିଶହରୁ ଉର୍ଦ୍ଧ୍ବ ଗୁରୁଭାଇ, ମାଆ ମାନେ ଓ ସାଧୁ ସଦଜନ ମଣ୍ଡଳୀ ଯୋଗ ଦେଇଥିଲେ। ପ୍ରାତଃ ୪.୩୦ ମିନିଟରେ ଉଷା କୀର୍ତ୍ତନ, ସକାଳ ୭.୦୫ ମିନିଟରେ ଜନ୍ମ ଲଗ୍ନ ଘୋଷଣା, ୧୦ ଟାରେ ସଙ୍ଗିତାଞ୍ଜଳି ଓ ଦିବା ୧୧.୩୦ ମିନିଟ ସମୟରେ ପ୍ରାର୍ଥନା, ସଦଗ୍ରନ୍ଥ ପାଠ, ଭଜନ, କୀର୍ତ୍ତନ ପରେ ସତସଙ୍ଗରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭାବଧାରା ଓ ସଦ୍ ଗୁରୁ ଗ୍ରହଣର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ଦିବସ ବ୍ୟାପୀ ଦୀକ୍ଷା କାର୍ଯ୍ୟକ୍ରମ ଚାଲିଥିଲା। କୈଳାସ ସାହୁ, ପ୍ରକାଶ ଚନ୍ଦ୍ର ସାହୁ,ସତ୍ୟନାରାୟଣ ସାହୁ, ସୁମନ୍ତ ସାହୁ, ରୁପେନ୍ଦ୍ର ସାହୁ, ରାଜକିଶୋର ପ୍ରହରାଜ, ଗଙ୍ଗାଧର ବାଗ, ନବୀନ ସାହୁ, ମିହିର ସାହୁ ଓ ସମସ୍ତ ଗୁରୁ ଭାଇ ଓ ମା ମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.