ନର୍ଲା: ମାଣ୍ଡେଲ ପଞ୍ଚାୟତରେ ସୁଭଦ୍ରା ରଥର ଉଜ୍ଜାପନୀ ସମାରୋହ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ସୁଭଦ୍ରା ଯୋଜନା ବିଷୟରେ ଜନସଚେତନତା ସୃଷ୍ଟି କରୁଥିବା ରଥ ସୋମବାର ମାଣ୍ଡେଲ ପଞ୍ଚାୟତ ପରିକ୍ରମା କରିବା ସହ ଯାତ୍ରା ସମାପନ କରିଛି। ମାଣ୍ଡେଲ ଠାରେ ଏନେଇ ଆୟୋଜିତ ଉଜ୍ଜାପନୀ ସମାରୋହରେ ନର୍ଲା ବିଡ଼ିଓ ରିପୁନାଥ ସୁନା, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ସିଡିପିଓ ଅଞ୍ଜଳି ପଟ୍ଟନାୟକ, ମିଶନ ଶକ୍ତିର ନର୍ଲା ସଂଯୋଜକ ରୋହିତ ବିଶ୍ୱାଳ, ମାଣ୍ଡେଲ ନାଏବ ସରପଞ୍ଚ, ସମସ୍ତ ଓ୍ବାର୍ଡ ସଭ୍ୟ/ସଭ୍ୟା, ଅଙ୍ଗନୱାଡ଼ି କର୍ମୀ, ସିଆରପି, ଏମବିକେ ଓ ମିଶନ ଶକ୍ତିର ମହିଳାଙ୍କ ସମେତ ହଜାରେରୁ ଉର୍ଦ୍ଧ୍ବ ଜନତା ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଗତ ଗୁୁରୁବାର ଦିନ ନର୍ଲା ବ୍ଲକର ସେରଗଡ ଠାରୁ ଏହି ସୁଭଦ୍ରା ରଥ ତା’ର ଯାତ୍ରାରମ୍ଭ କରି ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତ ବୁଲିଥିଲା। ଏହିପରେ ସେପ୍ଟେମ୍ୱର ୧୬ ସୋମବାର ଦିନ ମାଣ୍ଡେଲ ଗ୍ରାମ ପଞ୍ଚାୟତରେ ଯାତ୍ରା ସଂପନ୍ନ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.