ଓଡ଼ିଆ ବାର୍ତ୍ତା/ କଟକ: କିଶନନଗର ଥାନା ସାଲେପୁର ନିର୍ବାଚନ ମଣ୍ଡଳୀ ୪୬ ନମ୍ବର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ରାଉତଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଏବଂ ସମ୍ପୂର୍ଣ୍ଣା ଖବର କାଗଜ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ରକ୍ତଦାନ ଶିବିର। ଏଥିରେ ନିଜ ମହାନ୍ ମାତାଙ୍କ ଅମ୍ଲାନ ଅମୃତ ସ୍ମୃତିରେ ରକ୍ତଦାନ କରିଥିଲେ କନ୍ୟା ସ୍ୱର୍ଣ୍ଣପ୍ରଭା। ଏହି ଶିବିରରେ ଆଦର୍ଶ ନାରୀ ପ୍ରତିଭା ସ୍ୱର୍ଣ୍ଣପ୍ରଭା ବିଶ୍ବାଳଙ୍କ କନିଷ୍ଠ ଭ୍ରାତା ଗବେଷକ ଇଂ. ବସନ୍ତ ରାଉତ, କନିଷ୍ଠ ଭ୍ରାତା ବିଶିଷ୍ଟ ରକ୍ତଦାତା ରାଜନେତା ତଥା କଟକ ଜିଲ୍ଲା ଗ୍ରାମୀଣ ବିଜେପି ସାଧାରଣ ସମ୍ପାଦକ ସନ୍ତୋଷ ରାଉତ, ସ୍ୱାମୀ ସମାଜସେବୀ ରକ୍ତଦାତା ସୁରେଶ କୁମାର ବିଶ୍ବାଳ, ପିତା ବରିଷ୍ଠ ସାମାଜିକ କର୍ମୀ ବଲ୍ଲଭ ଚରଣ ରାଉତ ଏବଂ ପାରିଷଦ ବର୍ଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।





