ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେନ୍ଦ୍ର ସରକାରଙ୍କ ଏମଏମଡିଆର ସଂଶୋଧନ ନୀତିକୁ ବିରୋଧ କରି ଗତ ୨୮ ରେ ରାଜଧାନୀରେ ବିରୋଧି ବିଜେଡି ପ୍ରତିବାଦ ସଭା କରି ସାରିଥିବା ବେଳେ ଏହି ବିଲକୁ ବିରୋଧ କରି ୨୯/୧୧ ରେ ବିଧାନ ସଭା ଓ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଥିଲା କଂଗ୍ରେସ। ଇଣ୍ଡିଆ ମେଣ୍ଟର ଆହ୍ୱାନ କ୍ରମେ ୮ ଗୋଟି ଦଳର ସମର୍ଥନରେ ଏହି ଘେରାଉ ଓ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲାର ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକ, ସାଧାରଣ ସମ୍ପାଦକ ନୀରଜ ଶର୍ମା (ସାନୁ), ଜିଲ୍ଲା ଛାତ୍ର ସଭାପତି ଦେବାଶିଶ କୁମାର, ନାରୀ ନେତ୍ରୀ ଦ୍ରୌପଦୀ ମାଝୀ, ଜିଲ୍ଲା ସମ୍ପାଦକ ମନୋଜ କରୁଆଁ, ନର୍ଲା ଯୁବ ସଭାପତି ଦୀପୁ ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଜିଲ୍ଲାରୁ ୨୦୦ ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଇଣ୍ଡିଆ ମେଣ୍ଟର ବିଧାନ ସଭା ଘେରାଉ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଘେରାଉ ସମୟରେ ଭବାନୀପାଟଣା ସଦର ବିଧାୟକ ସାଗର ଦାସଙ୍କ ପ୍ରତି ପୋଲିସର ବର୍ବରତା, ଧକ୍କା ମୁକ୍କି ଆଚରଣକୁ କଂଗ୍ରେସ ଦଳ ତୀବ୍ର ନିନ୍ଦା କରିବା ସହ ଏହା ରାଜ୍ୟ ସରକାଙ୍କ ନିଚ ଆଚରଣ, ଜଣେ ଲୋକ ପ୍ରତିନିଧିଙ୍କୁ ପୋଲିସର ଏଭଳି କୃର ବ୍ୟବହାର ରାଜ୍ୟ ସରକାରଙ୍କ ଦୁର୍ବଳତା ଓ ଦୋଷ ତୃଟି ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ନୀରଜ ଶର୍ମା ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି। ଏମଏମଡିଆର ସଂଶୋଧନ ଆଇନକୁ ବିରୋଧ କରି ପୁଣି ଅକ୍ଟୋବର ୮ ରେ ଓଡିଶା ବନ୍ଦ୍ ଡାକରା ଦେଇଛି ଇଣ୍ଡିଆ ମେଣ୍ଟ। କେନ୍ଦ୍ର ବିଜେପି ସରକାରଙ୍କ ଦୋ- ମୁହାଁ ନିତୀକୁ ସବୁବେଳେ ବିରୋଧ କରି ଆସିଛି କଂଗ୍ରେସ। ଏମଏମଡିଆର ସଂଶୋଧନ ନୀତିକୁ କଂଗ୍ରେସ ଦୃଡ ବିରୋଧ କରୁଛି। ବିଜେପି ସରକାର ମୁଣ୍ଡ ନ ନୁଆଇବା ପର୍ଯ୍ୟନ୍ତ କଂଗ୍ରେସ ଚୁପ ହୋଇ ବସିବ ନାହିଁ। ଅକ୍ଟୋବର ୮ ରେ ଓଡିଶା ବନ୍ଦକୁ ଯୋରଦାର କରାଯିବ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ଶର୍ମା ମତବ୍ୟକ୍ତ କରିଛନ୍ତି। ଏହା ସହ ନର୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ସାଧାରଣ ଜନ ସ୍ୱାର୍ଥ ଦୃଷ୍ଟିରୁ ଏହି ଓଡିଶା ବନ୍ଦକୁ ସମର୍ଥନ କରି ଆମକୁ ସହଯୋଗ କରନ୍ତୁ ବୋଲି ନିବେଦନ କରିଛନ୍ତି ଜିଲ୍ଲା ସାଧାରଣ ସମ୍ପାଦଜ ଶ୍ରୀ ଶର୍ମା ।





