ଜାତୀୟ କ୍ରୀଡ଼ାରେ ସିଲଭର ଜିତିଲେ ପ୍ରବୀଣ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଦିଲ୍ଲୀରେ ଆୟୋଜିତ ସର୍ବଭାରତୀୟ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୫୩ତମ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ଜୁଡୋରେ ସିଲଭର ମେଡାଲ ଜିତିଛନ୍ତି ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟର ୧୧ ଶ୍ରେଣୀରେ ପଢୁଥିବା ଛାତ୍ର ପ୍ରବୀଣ ନାଏକ। ଦିଲ୍ଲୀରେ ଚାଲିଥିବା ଏହି ଜାତୀୟ କ୍ରୀଡ଼ାରେ ଓଡିଶାର ଏକମାତ୍ର କୃତି କ୍ରୀଡାବିତ ଭାବରେ ଜୁଡୋରେ ସମ୍ମାନଜନକ ସିଲଭର ମେଡାଲ ଜିତି ସେ ନିଜ ବିଦ୍ୟାଳୟ ଓ ସୁବର୍ଣ୍ଣପୁର ଜିଲ୍ଲା ତଥା ଓଡ଼ିଶା ପାଇଁ ଗୈାରବ ଆଣିଛନ୍ତି। ତାଙ୍କର ଏହି ସଫଳତାରେ ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଜିଲ୍ଲାର ବୁଦ୍ଧିଜୀବୀ ମହଲ ଓ ଅନେକ କ୍ରୀଡା ଅନୁଷ୍ଠାନ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଶ୍ରୀମାନ ନାୟକ ସୋନପୁର ଭଗବତୀ ପ୍ଲଟ ନିବାସୀ ମଞ୍ଜୁ ନାୟକ ଓ ବିଦ୍ୟାଧରଙ୍କ ସୁପୁତ୍ର ହୋଇଥିବାବେଳେ ରାଜସ୍ଵ ବିଭାଗରେ ମୁଖ୍ୟ କିରାଣୀ ସ୍ଵର୍ଗତ ପଦ୍ମନ ନାୟକଙ୍କ ପୌତ୍ର ଅଟନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.