ଚାନ୍ଦିପୁରରେ ପ୍ରବୀଣ ନାଗରିକ ନିଳୟମ୍ ପକ୍ଷରୁ ବୟସ୍କଙ୍କ ଆଶ୍ରୟସ୍ଥଳୀ ‘ଆଶିରୁଦ୍ଦିନ୍ ବ୍ଲିସ୍’ର ଭୂମିପୂଜନ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସଦରବ୍ଲକ ଅନ୍ତର୍ଗତ ଶ୍ରୀକଣା (ଚାନ୍ଦିପୁର) ଠାରେ ପ୍ରବୀଣ ନାଗରିକ ନିଳୟମ ପକ୍ଷରୁ ବୟସ୍କଙ୍କ ପାଇଁ ନିର୍ମିତ ହେବାକୁ ଥିବା ଆଶ୍ରୟସ୍ଥଳୀ ‘ଆଶିରୁଦ୍ଦିନ୍ ବ୍ଲିସ୍’ର ଭୂମି ପୂଜନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ନାଗରିକ ନିଳୟମ୍‌ଟିକୁ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସିଟିଜେନ୍ସ ହ୍ୟୁମ୍ୟାନ୍ ରାଇଟସ୍ କ୍ଲିନିକ୍’ ପ୍ରତିଷ୍ଠା କରୁଥିବା ବେଳେ ଦରିଦ୍ର ସୀମାରେଖା ତଳେ ଥିବା ସମାଜର ଗରିବ ଶ୍ରେଣୀ ତଥା ସନ୍ତାନସନ୍ତତିମାନଙ୍କ ଦ୍ୱାରା ଅବହେଳିତ ବୟସ୍କ ପିତାମାତାମାନଙ୍କୁ ଏହା ଆଶ୍ରୟ ଦେବ ବୋଲିକୁହାଯାଇଛି। ‘ଆଶିରୁଦ୍ଦିନ ବ୍ଲିସ୍’ ପାଇଁ ଚାନ୍ଦିପୁରର ଯୁବ ସମାଜସେବୀ ଶେକ୍ ମୁକ୍ତାରଉଦ୍ଦିନ ଏବଂ ତାଙ୍କର ଅନ୍ୟ ଦୁଇଜଣ ଭାଇ ଦାନ ସ୍ଵରୂପ ଜମି ଯୋଗାଇ ଦେଇଛନ୍ତି। ମୁକ୍ତାରଉଦ୍ଦିନ ମଧ୍ୟ ସିଟିଜେନ୍ସ ହ୍ୟୁମ୍ୟାନ୍ ରାଇଟ୍ସ କ୍ଲିନିକ୍‌ର ସର୍ବ ଭାରତୀୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଶାଖାର ଅଧ୍ୟକ୍ଷ ଅଛନ୍ତି ।

‘ଆଶିରୁଦ୍ଦିନ୍ ବ୍ଲିସ୍’ର ପୂଜନ ଓଡ଼ିଶାର ପ୍ରଖ୍ୟାତ ଲେଖିକା ରଶ୍ମି ରାଉଳଙ୍କ ଦ୍ବାରା କରାଯାଇଥିବା ବେଳେ ସଂସ୍ଥାର ଅଧ୍ୟକ୍ଷ ଗୋପବନ୍ଧୁ ମଲ୍ଲିକଙ୍କ ସହିତ ଏହି ସଂସ୍ଥାର ବାଲେଶ୍ବର ମୁଖ୍ୟ ଆଡ଼ଭୋକେଟ୍ ପ୍ରତାପ କେଶରୀ ଦାସ, ଏହାର ଯୁବ ଶାଖା ସମ୍ପାଦକ ବିଶ୍ଵକେଶନ ବେହେରା ଏବଂ ସଂସ୍ଥାର ଆଜୀବନ ସଦସ୍ୟ ସାଧୁଚରଣ ମଲ୍ଲିକ, କମ୍ବୁ ମଲ୍ଲିକ, ପ୍ରଫେସର ଶ୍ରୀକାନ୍ତ ମଲ୍ଲିକ, ଇଂଜିନିୟର ବିଜୟ କୁମାର ସେଠୀ, ପ୍ରଫେସର ପ୍ରଫୁଲ୍ଲ ସେଠୀ, ଶ୍ରୀହରି ସିଂ, ପ୍ରଫେସର ଶଙ୍କର ଚରଣ ଜେନା, ଡ. ରମାକାନ୍ତ ମହାନ୍ତ, କୁମୁଦ ବନ୍ଧୁ ଜେନା, କୁମାର କୃଷ୍ଣ କର, ଅମ୍ରିତା ପ୍ରୀତମ୍, ବନଶ୍ରୀ ମହାପାତ୍ର, ପରେଶ ନାଥ ପାତ୍ର, କଳ୍ପିତା ରାଣୀ ସାହୁ, ମଧୁମିତା ଚୌଧୁରୀ, ପ୍ରଶାନ୍ତ ଦାସ, ସୁଲଗ୍ନା ସୁଚରିତା ପ୍ରମୁଖ ଉପସ୍ଥିତ ଥିଲେ । ଏତଦ୍‍ବ୍ୟତୀତ ଚାନ୍ଦିପୁର ଅଂଚଳର ବହୁ ଜନସାଧାରଣ ମଧ୍ୟ ଭୂମି ପୂଜା ବେଳେ ସେଠାରେ ଉପସ୍ଥିତ ଥାଇ ସି.ଏଚ୍.ଆର୍.ସି.ର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.