ସାମାଜିକ ଅନୁଷ୍ଠାନ ‘ମାସ୍’ ପକ୍ଷରୁ ବାଲେଶ୍ବର ବସଷ୍ଟାଣ୍ଡ ସଫେଇ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସେବା ଓ ପ୍ରତିକାରମୂଳକ ସାମାଜିକ ସଂଗଠନ ‘ମାନବ ଅଧିକାର ସୁରକ୍ଷା ସଂସଦ'(ମାସ୍) ପକ୍ଷରୁ ପାଳିତ ହେଉଥିବା ‘ଗାନ୍ଧୀ ଜୟନ୍ତୀ ସପ୍ତାହ ପାଳନ’ ଉପଲକ୍ଷେ ୫ ତାରିଖ ସକାଳେ ବାଲେଶ୍ବର ବସ୍ ଷ୍ଟାଣ୍ଡ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ‘ବାଲେଶ୍ବର ମୋଟର ଆସୋସିଏସନ୍’ । ସଫେଇ ପୂର୍ବରୁ ‘ରାମଧୂନ୍’ ପରିଵେଷଣ କରାଯିବା ସହିତ ସେଠାରେ ମାଲିକ ସଂଘ ପକ୍ଷରୁ ଆୟୋଜିତ ଏକ ସଭାରେ ଉପସ୍ଥିତ ସ୍ବେଚ୍ଛାସେବୀମାନେ ସ୍ବଚ୍ଛତା ସଂପର୍କରେ ବାର୍ତ୍ତା ଦେଇ କହିଥିଲେ ଯେ ଗାନ୍ଧୀଜୀ ଥିଲେ ସ୍ବଚ୍ଛତାର ପ୍ରତୀକ। ସେଥିପାଇଁ ଗାନ୍ଧୀଙ୍କର ଜନ୍ମଦିନ ଠାରୁ ଭାରତ ସରକାର ‘ସ୍ବଚ୍ଛ ଭାରତ ଅଭିଯାନ’ ଆରମ୍ଭ କରିଥିଲେ । ବସଷ୍ଟାଣ୍ଡକୁ ସବୁବେଳେ ସଫା ରଖିବା ଏବଂ ଅଳିଆ ଆବର୍ଜନାକୁ ସବୁବେଳେ ପାଖ ଅଳିଆରଖା ସ୍ଥାନରେ ପକେଇବା ଲାଗି ଯାତ୍ରୀ ତଥା ଅନ୍ୟ ସର୍ବସାଧାରଣଙ୍କ କର୍ତ୍ତବ୍ୟ ବୋଲି ସମସ୍ତେ ମତ ରଖିଥିଲେ ।

‘ମାସ୍’ର ସଭାପତି ଅଭୟ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏହାର ସାଧାରଣ ସଂପାଦକ ଦେବାଶିଷ ପଣ୍ଡା, ସଂଗଠନର ଶାଖା ‘ଗାନ୍ଧୀବାଦ ଓ ସର୍ବୋଦୟ ବିଚାର ପ୍ରଚାର ଅଭିଯାନ’ର ସଂଯୋଜିକା ପ୍ରତିମା ପଣ୍ଡା, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, ମୋଟର ଆସୋସିଏସନର ଉପଦେଷ୍ଟା ଗଣେଶ ଜେନା, ଷ୍ଟାଣ୍ଡ ସେକ୍ରେଟାରୀ ସଞ୍ଜୀବ ପଟ୍ଟନାୟକ ଓ ବୁରହାନ ହୁ ଜମାନ୍, ଅଫିସ ସେକ୍ରେଟାରୀ ସୁରେଶ ଜେନା, ଆସାଷ୍ଟାଣ୍ଟ ଜେନେରାଲ୍ ସେକ୍ରେଟାରୀ କମଳାକାନ୍ତ ଦାଶ, ‘ମାସ୍’ର ବରିଷ୍ଠ ସଦସ୍ୟ ବିଜୟ ଦାସ ଅଧିକାରୀ, ଶ୍ରଦ୍ଧାଞ୍ଜଳି ରାୟ, ମଞ୍ଜୁଲତା ବଳ, ଚିତ୍ତରଞ୍ଜନ ଦାସ, ପ୍ରଣିତା ମିଶ୍ର, ଗୁରୁଦତ୍ତ ମିଶ୍ର, ବିଦ୍ୟାଧର ନାୟକ, ସୁଧାକର ସେଠୀ, ଦେବାଶିଷ ସିଂ, ଲଳିତ ମୋହନ ଦାସ,ମିନତି ଦାସ ଏବଂ ସୀତାନାଥ ଦାସ। ଏହି କାର୍ଯ୍ୟରେ ସହଯୋଗ କରିଥିଲେ ଷ୍ଟାଣ୍ଡ ହକର୍ କୁନା ମହାପାତ୍ର, ରୟାଲଟି ଏଜେଣ୍ଟ ଭାଷ୍କର ମହାନ୍ତି ଏବଂ ଭରତ କବାଟ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.