ଦେଢ଼ସୁଲିରେ ସଚେତନତା କାର୍ଯ୍ୟକ୍ରମ ଓ ଦାନ ଉତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳ ଦେଢ଼ସୁଲି ଗ୍ରାମ ପଞ୍ଚାୟତର ଆଶ୍ରମ ସ୍କୁଲ ପରିସରରେ ସଚେତନତା କାର୍ଯ୍ୟକ୍ରମ ଓ ଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦେଢ଼ସୁଲି ପଞ୍ଚାୟତର ସରପଞ୍ଚ ଲିଜା ମାଝୀ, ସମ୍ମାନିତ ଅତିଥି ଭାବେ ଉତେଇ ଭେଲି କୃଷକ ଉତ୍ପାଦକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀକାନ୍ତ ହୋତା, ପ୍ରକାଶ ତ୍ରିପାଠୀ, ସମ୍ପନ୍ନା ବି.ସି. ର ଆଞ୍ଚଳିକ ପରିଚାଳକ ମନୋଜ ରଣା, ସାମର୍ଣ୍ଣୟ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ବ୍ଲକ ସଂଜୋଜିକା ଭାଗ୍ୟଶ୍ରୀ ରାଉତ ଯୋଗ ଦେଇଥିବା ବେଳେ ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ତଥା ବୋର୍ଡ ମେମ୍ବର ପ୍ରକାଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ସଂଯୋଜନା ଓ ସଭାପତିତ୍ବ କରିଥିଲେ। ବ୍ଲକ ସଂଯୋଜୀକା ଭାଗ୍ୟଶ୍ରୀ ରାଉତ ସ୍ବାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀ ସାହୁ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ଓ ଦାନ ଉତ୍ସବ ସମ୍ବନ୍ଧରେ ସୂଚନା ଦେବା ସହିତ ଶିକ୍ଷା, ସ୍ବାସ୍ଥ୍ୟ ଓ ସରକାରୀ ଯୋଜନା ଉପରେ ସଚେତନ କରିଥିଲେ। ଶ୍ରୀ ହୋତା ଅଞ୍ଚଳର ସମସ୍ୟା ତଥା କୃଷି ଓ କୃଷକଙ୍କ ବିକାଶ କିପରି ହୋଇପାରିବ ସେ ବିଷୟରେ ବୁଝାଇ ଥିଲେ। ଶ୍ରୀ ରଣା ଅନ୍ନ ଓ ବସ୍ତ୍ର ଦାନ ବିଷୟରେ କହିଥିଲେ। ମ.ରାମପୁର ଫେଶନ୍ ହାଉସର ମାଲିକ ବିଷ୍ଣୁ ଜୈନ ଓ ଦିନେଶ କୁମାର ଜୈନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗରିବ ଲୋକମାନଙ୍କ ପାଇଁ ନୂତନ ବସ୍ତ୍ର, ସାର୍ଟ, ପ୍ୟାଣ୍ଟ୍ ଦାନ କରିଥିଲେ। ମହାଶକ୍ତି ଫାଉଣ୍ଡେସନ ଓ ଉତେଇ ଭେଲି ଏଫପିଓ ଓ ବ୍ରାଞ୍ଚର ପ୍ରତ୍ୟେକ ଷ୍ଟାଫ ମାନଙ୍କ ଆର୍ଥିକ ସହାୟତାରେ ଦୁଇଶହରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଓ ବାଳିକା ବାଳକ ମାନଙ୍କୁ ନୂତନ ବସ୍ତ୍ର, ସାର୍ଟ, ପ୍ୟାଣ୍ଟ୍ ଓ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ସମୀର ପୁଝାରୀ, ପବିତ୍ର ମହାଖୁଡ଼, ମମିତା ପୁଝାରୀ, ସୈରେନ୍ଦ୍ରି ସାହୁ, ପ୍ରଦୀପ ହରିଜନ, ସୁଦାମ ଶେଠ୍, ଶାଖା ପରିଚାଳକ ପ୍ରମୋଦ ମୁଗ୍ରୀ, ମହେଶ୍ୱେତା ସାହୁ, ଉପେନ୍ଦ୍ର ମାଝୀ, ବଂଶୀ ରଣା ଓ ଦେଢ଼ସୁଲି ଗ୍ରାମ ପଞ୍ଚାୟତ ର କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ। ଶେଷରେ ସୁଶ୍ରୀ ଭାଗ୍ୟଶ୍ରୀ ରାଉତ ବଦାନ୍ୟ ବ୍ୟକ୍ତି, ଅତିଥି ମାନଙ୍କୁ ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.