ଏକ୍ସକ୍ୟାଡର ଶିକ୍ଷକ ସଙ୍ଘର ସାଂଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ କଣ୍ଟାମାଲ (ମମତା ମହାକୁର): ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ଠାରେ ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ସାଂଗଠନିକ ବୈଠକ ବ୍ଲକ ସଭାପତି ରତ୍ନନିଧି ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସର୍କଲ ସଭାପତି ସରୋଜ ରଣା ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ । ଜିଲା ସଭାପତି ରଂଜୁ ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ବ୍ଲକ ସଂପାଦକ କେଶବ ପ୍ରଧାନ, କୋଷାଧ୍ୟକ୍ଷ ନରେଶ ଚନ୍ଦ୍ର କର୍ମୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏକ୍ସକ୍ୟାଡ଼ର ଶିକ୍ଷକ ମାନେ ଠିକ ସମୟରେ ଦରମା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଥିବାବେଳେ । ପୂଜା ଏଡ଼ଭାନ୍ସମେଣ୍ଟରୁ ବଂଚିତ ହେବା କ୍ୟାଡ଼ରଭୁକ୍ତ ହୋଇନପାରିବା,ଟ୍ରେଜେରି ମାଧ୍ୟମରେ ଦରମା ନପାଇବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଆଗାମୀ ଦିନରେ ରାଜ୍ୟ ମହାସଂଘ ସମାଧାନ ପାଇଁ ସବୁ ପ୍ରକାର ଉଦ୍ୟମ କରିବ ବୋଲି ଜିଲା ସଭାପତି ଶ୍ରୀ ଅମାତ କହିଥିଲେ । ସଙ୍ଗଠନକୁ ତୃଣମୂଳ ସ୍ତରରୁ କିପରି ମଜବୁତ କରାଯିବ ସେସମ୍ପର୍କରେ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦୀନବନ୍ଧୁ ମାଝୀ, ବୁଦ୍ଧଦେବ ରଣା, ଜଗବିହାରୀ ପ୍ରଧାନ, ସଚି ପ୍ରଧାନ, ଚମରୁ ବାଘ, ଦନାର୍ଦନ ବାରିକ, ଆଲୋକ ଗୁରୁ, ସୁନିତା ଦାସ, ସନ୍ତୋସିନୀ ମହାକୁଡ଼, ପ୍ରମୁଖ ଯୋଗଦେଇଥିବା ବେଳେ ରଂଜନ ଗରିଆ, କ୍ଷୀରୋଦ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁମନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.