ଆଛୁଲି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକ ଆଛୁଲି କ୍ଳଷ୍ଟର ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହାଣ୍ଡିଘର ଠାରେ ସିଆରସିସି ମନୋଜ କୁମାର ପଣ୍ଡାଙ୍କ ସଂଯୋଜନା ଏବଂ ପୂର୍ବତନ ସିଆରସିସି ସରୋଜ କୁମାର ଦାଶଙ୍କ ତତ୍ତ୍ବାବଧାନରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ବିଆରସିସି ସିମାଞ୍ଚଳ ରଥ, ମୂଖ୍ଯ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାଜକିଶୋର ସାହୁ, ଅତିଥି ଭାବେ ଟି. ରାଣୀଗାଁ କ୍ଳଷ୍ଟରର ପୁର୍ବତନ ସିଆରସିସି ଭାରତି ଭୂଷଣ ଦାଶ, ପ୍ରତାପୁର କ୍ଳଷ୍ଟର ସିଆରସିସି ପୂର୍ଣ୍ଣ ଚନ୍ଦ୍ରନାୟକ, କନକା ସିଆରସିସି ହେମନ୍ତ ବେହେରା, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷା ଗୀତା ମହାରଣା ପ୍ରମୁଖ ଯୋଗଦେଇଥିଲେ।

ହାଣ୍ଡିଘର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବେବି ସାହୁ ସଭାପତି ରୂପେ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଛୁଲି କ୍ଳଷ୍ଟରର ୯ଟି ବିଦ୍ୟାଳୟର ୧୩୦ ଜଣ ଛାତ୍ରଛାତ୍ରୀ, ସଂଗୀତ, ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଅଂଶ ଗ୍ରହଣ କରିଥିଲେ। ବିଚାରକମଣ୍ଡଳୀ ନାରାୟଣ ଦଳବେହେରା, ଶୁଭ୍ରାଶୁଂ ମୁଦୁଲି, କୈଳାଶ ଚନ୍ଦ୍ର ବେହେରା, ଜୟ ଚନ୍ଦ୍ର ବେହେରା, ରମେଶ ଚନ୍ଦ୍ର ଲେଙ୍କା, ରବିନ୍ଦ୍ର ବେହେରା, କାହ୍ନୁ ଚରଣ ବେହେରା, କୈଳାସ ଚନ୍ଦ୍ର ବେହେରା, ଶ୍ରାମନ୍ତ ସେଠି, ଏ .ରାଜେଶ୍ବର ଦୋରା, ଦୋଳଗୋବିନ୍ଦ ପୋଲାଇ, ରଶ୍ମିତା ମଙ୍ଗରାଜ, ଭାଗ୍ଯଲତା ମହାପାତ୍ର, ସଂଗୀତା ତ୍ରିପାଠୀ, ଅମିଳା ଦଳେଇ, ସରିତା ବେହେରା, ବସୁମତୀ ବେହେରା, ବିଷ୍ଣୁପ୍ରିୟା ମହାନ୍ତି, ବିମଳା ସେଠିଙ୍କ ଦ୍ବାରା କୃତି ଛାତ୍ର ଛାତ୍ରୀ ଚୟନ କରାଯାଇଥିଲା। ମୁଖ୍ୟ ଅତିଥି ଏବଂ ସମସ୍ତ ଅତିଥି ବୃନ୍ଦ ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଆଛୁଲି ଉପ୍ରା ବିଦ୍ୟାଳୟର ଶିକ୍ଷକ ନିରଞ୍ଜନ ମହାପାତ୍ର ଏବଂ ଭାରତି ଭୂଷଣ ଦାଶଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥଲା। ପରିଶେଷରେ ସିଆରସିସି ମନୋଜ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.