ନର୍ଲା ହାଇସ୍କୁଲରେ “ନିପୁଣ ଓଡିଶା” ଲୋଗୋ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସରକାରୀ ପଞ୍ଚାୟତ ସମିତି ହାଇସ୍କୁଲ, ନର୍ଲା ଠାରେ “ନିପୁଣ ଓଡିଶା” ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଲୋଗୋ ଉନ୍ମୋଚିତ ହୋଇଯାଇଛି । ନର୍ଲା ହାଇସ୍କୁଲର ପ୍ରଶିକ୍ଷଣ କକ୍ଷରେ ନର୍ଲା ଗୋଷ୍ଠି ଶିକ୍ଷାଧିକାରୀ ତପିମଣି ଜାନୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନର୍ଲା ତହସିଲଦାର ବିଶ୍ୱନାଥ କହଁର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।

ନର୍ଲା ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ତଥା ବିଆରସିସି ଗୋବର୍ଦ୍ଧନ ମାଝୀ, ଏବିଇଓ ସୂର୍ଯ୍ୟଦେବ ବାଗ, ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି “ନିପୁଣ ଓଡିଶା” ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଲୋଗୋକୁ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମର ସଭାପତି ବିଇଓ ତପିମଣି ଜାନୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ ।

ପ୍ରଥମରୁ ତୃତୀୟ ଯାଏଁ ମୌଳିକ ସଂଖ୍ୟା ଜ୍ଞାନ ରେ ଦୁର୍ବଳ ରହିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ମୂଳଦୁଆ ସ୍ତରରେ ନିପୁଣ କରି ଗଢି ତୋଳିବା ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସରକାର । ଏହି କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଅଧିନସ୍ଥ ୧୭ ଗୋଟି କ୍ଲଷ୍ଟରର ସିଆରସିସି, ୫୦ ଜଣ ପ୍ରଧାନ ଶିକ୍ଷକ ଓ ୪୦ ଜଣ ଏଫଏଲଏନ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ ।

ପ୍ରଧାନ ଶିକ୍ଷକ ମାନଙ୍କ ମଧ୍ୟରେ ଶରତ ଭୋଇ, ତ୍ରୀନାଥ ହରପାଲ, ଅଚ୍ୟୁତ ବାରିକ, ମାନସ ମାଝୀ, ଯୁଧିଷ୍ଠିର ମାଝୀ, ଅର୍ଜୁନ ବାଗ, ଟଙ୍କଧର ସା ଏଭଳି ୪୦ ଜଣ ଉପସ୍ଥିତ ରହିଥିବା ବେଳେ ଏଫଏଲଏନ ଶିକ୍ଷକ ୫୦ ଜଣ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ତୁଳାପଡା ସିଆରସିସି ନୀଳମଣି ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଖଇରମାଳ ସିଆରସିସି ଫିରୋଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.