ଜମୁଛି ନର୍ଲାର ନବରାତ୍ରୀ ଦୁର୍ଗାପୂଜା

ସାନ୍ଧ୍ୟ ଆଳତିରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ; ମନୋରଞ୍ଜନ କାର୍ଯ୍ୟକ୍ରମରେ ବିଭୋର ଦର୍ଶକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବହୁ ପ୍ରସିଦ୍ଧ ସାର୍ବଜନୀନ ଦୁର୍ଗାପୂଜା ଗୁରୁବାର ଠୁଁ ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ରଥମ କରି ନର୍ଲାରେ ନବରାତ୍ରୀ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଛି। ଗୁରୁବାର ସକାଳୁ ପୂଜା ଆରମ୍ଭ ହେଇଥିଲା। ଆଜି ଷଷ୍ଠ ଦିନରେ ପୂଜା ପହଞ୍ଚିଛି। ପ୍ରତ୍ୟହ ୭.୩୦ ରେ ମା ଙ୍କ ଠାରେ ସାନ୍ଧ୍ୟ ଆଳତୀ ଲଗି ହେଉଛି। ଆଳତୀ ସମୟରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ସମବେତ ହେଉଥିବା ଦୃଶ୍ୟମାନ ହେଉଛି। ଆଳତୀ ସମୟରେ ଘଣ୍ଟୁଆଳ ଦଳଙ୍କ ଘଣ୍ଟ ବାଦ୍ୟ ବିଶେଷ ଆକର୍ଷଣ ରହୁଛି। ସୁ ସଜ୍ଜିତ ଆଲୋକ ମାଳାରେ ଓ ସୁଦୃଶ୍ୟ ତୋରଣରେ ଝଲସି ଉଠୁଛି ପୂଜା ମଣ୍ଡପ। ପୂଜକ ପଣ୍ତିତମାନଙ୍କ ମନ୍ତ୍ର ପାଠରେ ପ୍ରକମ୍ପିତ ହୋଇ ଉଠୁଛି ପୁଜା ସ୍ଥଳ। ଶୁକ୍ରବାର ରାତିରୁ ପ୍ରତ୍ୟହ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶ୍ରଦ୍ଧାଳୁ ଭକ୍ତ ଓ ଦର୍ଶକଙ୍କ ପାଇଁ ଭରପୁର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛି ପୂଜା କମିଟି। ନର୍ଲା ପୋଲିସ ଶୃଙ୍ଖଳା ବ୍ୟବସ୍ଥା ପରିଚାଳନା କରୁଥିବା ଜଣାପଡ଼ିଛ। ଦୁର୍ଗା ପୂଜା ପରିଚାଳନା କମିଟିର ସଭାପତି ମୃତ୍ୟୁଞ୍ଜୟ (ପିଣ୍ଟୁ) ନାଗ, ସାଧାରଣ ସମ୍ପାଦକ ଦୀପୁ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଉପସଭାପତି ବିମଳ ସାହାଣୀ, ଯୁଗ୍ମ ସମ୍ପାଦକ କ୍ଷେତ୍ର ସାହାଣୀ, କୋଷାଧ୍ୟକ୍ଷ ଅନମୋଲ ଚାନ୍ଦ (ବଣ୍ଟୁ) ପ୍ରମୁଖ ବିଭିନ୍ନ ବିଭାଗର ଦାଇତ୍ୱ ତୁଲାଉଥିବା ଜଣାପଡିଛି । ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ନର୍ଲାର ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା ଓ ପଦ୍ମିନୀ ପଣ୍ଡା ଦାଇତ୍ୱ ନିର୍ବାହନ କରୁଛନ୍ତି । ସେହିଭଳି ପୂଜକ ଭାବରେ ବ୍ରହ୍ମା ପଣ୍ଡିତ ସୁନାଶୀର ମିଶ୍ର ଓ ଦୟାନିଧି ବିଶି ପୁଜା କାର୍ଯ୍ୟ ପରିଚାଳନା କରୁଥିବା ବେଳେ ପ୍ରଭୋବ ଚାନ୍ଦ, ନୀରଜ ମହାପାତ୍ର, ସରୋଜ ମହାପାତ୍ର, ପ୍ରଶାନ୍ତ ମହାପାତ୍ର ପ୍ରମୁଖ ପୂୂଜନ କାର୍ଯ୍ୟରେ ସହଯୋଗ କରୁଥିବା ଜଣାପଡିଛି । ବିକେଶ ହଂସ, ନରିନ ହଂସ, କାହ୍ନା ଗଉଡ ପ୍ରମୁଖ ପୁଜା ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.