ତାରାତାରିଣୀ ମନ୍ଦିରରେ ଷୋଡଶ ପୁଜା ସମୟରେ ଅବ୍ୟବସ୍ଥା, ମୌଳିକ ସୁବିଧାରୁ ବଞ୍ଚିତ ଭକ୍ତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠ ମାଆତାରା ତାରିଣୀଙ୍କ ପୀଠରେ ଚାଲିଛି ଷୋଡଶ ଦିନାତ୍ମକ ପୁଜା। ସେଥିପାଇଁ ବହୁ ଭକ୍ତ ଜିଲ୍ଲା ବ୍ୟତୀତ ରାଜ୍ୟ ଏବଂ ଦେଶ ବିଦେଶ ରୁ ମାଙ୍କ ପୀଠକୁ ତାଙ୍କରି ଦର୍ଶନ ପାଇଁ ଆସୁଥିଲା ବେଳେ ସେହି ପୀଠର ବହୁ ଅବ୍ୟବସ୍ଥା ଉପରେ କାହାର ନଜର ପଡୁନି କିମ୍ବା ତାର ସମାଧାନ କରିବାକୁକିଏବି ଇଚ୍ଛା ପ୍ରକାଶ କରୁନଥିବା ଯୋଗୁଁ ଭକ୍ତଙ୍କ ପାଇଁ ବହୁ ଅସୁବିଧା ସୃଷ୍ଟି ହେଉଛି।

Omkar Vasthu
Omkar Vasthu

ବିଶେଷ କରି ଭକ୍ତ ମାନେ ପ୍ରାଥମିକ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ। ପ୍ରଥମ କଥା ହେଲା ମନ୍ଦିରର ପରିଷ୍କାର ପରିଛର୍ଣ୍ଣତା ହେଉନଥିବା ଯୋଗୁଁ ଦୂଷିତ ପରିବେଶ ମଧ୍ୟରେ ମାଙ୍କ ପୀଠର ବେଢା ଓ ତାର ଚତୃପାର୍ଶ୍ଵ | ପୂଜା ସମୟରେ ବହୁସମୟ ପାୱାର ଲାଇଟ ନଥିଲା ବେଳେ ସୋଲାର ଓ ଜେନେଟର ଲାଗି ମନ୍ଦିର ବେଢ଼ାଓ ବାହାରେ ଆଲୋକ ଜଳୁଥିଲା ସମୟରେ ଗର୍ଭ ଗୃହ ସମ୍ପୂର୍ଣ ଅନ୍ଧାର ରହୁଛି | ଯାହାଫଳରେ ଭକ୍ତ ମାନେ ଦୀପ ଆଲୁଅ ରେ ମାଆଙ୍କୁ ଦର୍ଶନ କରି ବହୁତ ଅସନ୍ତୋଷ ପ୍ରକାଶ କରୁଥିବାର ଦେଖା ଯାଉଥିଲା | କାରଣ ଅନ୍ଧାର ମଧ୍ୟରେ ଗୋଡ଼ ଖସିଗଲେ ଗୋଡ଼ ହାତ ଭାଙ୍ଗି ଯିବାସହିତ ମୁଣ୍ଡରେ ଆଘାତଲାଗି ଯିବାର ସମ୍ଭାବନା ମଧ୍ୟରହିଛି |

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଭକ୍ତ ଙ୍କ କହିବାକଥା ଅନ୍ଧାର, ଅନ୍ଧାରରେ ଚାଲିଛି ମାଁ ତାରାତାରିଣୀଙ୍କ ପୂଜା । ଖାଲି ସେତିକି ନୁହଁ, ଭକ୍ତଙ୍କୁ ଗରମରୁ ରକ୍ଷା ପାଇଁ ଏକ ଏସି ଲଗାଯାଇଛି |ଯାହାକି ସ୍ୱାଗତ ଯୋଗ୍ୟ ଅଟେ | କିନ୍ତୁ ଏସିର ପାଣି ପଦାକୁ ଯିବା ପରିବର୍ତ୍ତେ, ଜଗମୋହନ କୋଠାରେ ପାଣି ପଡୁଛି | ଯାହାଦ୍ୱାରା ସେହି ପାଣିରେ ଭକ୍ତ ଏବଂ ସେବାୟତ ଙ୍କ ଗୋଡ଼ଖସି ଯାଇ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି ବୋଲି ଯାତ୍ରୀମାନେ କହିଛନ୍ତି | ଏହା ଉପରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡିଙ୍କୁ ପଚାରିବାରୁ ତାଙ୍କର ଉତ୍ତର ଥିଲା ଯେ, ଏବେ ସୋଲାର ଲାଇଟ କନେକ୍ସନ ସମୁର୍ଣ ହୋଈ ନାହିଁ ତେଣୁ ପାୱାର କଟ ପରେ ବଡ ଜେନେରଟର ଦ୍ୱାରା ସବୁ ଆଲୋକିତ ହେଉଛି। ତେଣୁ ପୁଜା ପରେ ଏହି ସୋଲାର ଲାଇଟ କାମ କରିବ ବୋଲି କହିଲେ ମଧ୍ୟ ଯେଉଁଟେକ୍ନିକାଲ ମାନେ ତିଆରି କରିବାକୁ ଆସିଥିଲେ ସେମାନେ ନିର୍ବାହୀ ଅଧିକାରୀ ଙ୍କ କଥା ଶୁଣୁ ନଥିଲେ ବୋଲି ଟିକେ ରେଡି କହିଛନ୍ତି | ଏତିକିରେ କଥା ସରିନି ମଧ୍ୟାହ୍ନ ପୁଜା ପରେ ମାଙ୍କ ଭୋଗ ଖାଇବା ପାଇଁ ପୀଠରେ ୫କୋଟି ଟଙ୍କା ବ୍ୟୟରେ ତିନି ମହଲା ବିଶିଷ୍ଠ ମନ୍ଦିର କାର୍ଯ୍ୟଳୟ, ପ୍ରସାଦ ସେବନ ମଣ୍ଡପ, ଓ ମନ୍ଦିର କାର୍ଯ୍ୟଳୟ, ଓ ସର୍ବସାଧାରଣ ଯାତ୍ରୀ ଶୌଚାଳୟ କାମ ତିଆରି ହୋଇଥିଲେ ମଧ୍ୟ ତାହା ମନ୍ଦିର କର୍ତ୍ତୃପକ୍ଷ ଙ୍କୁ ହସ୍ତାନ୍ତର ହୋଇ ନାହିଁ| ଯାହାଦ୍ୱାରା ଭକ୍ତ ମାନେ ପ୍ରଚଣ୍ଡ ରୌଦ୍ର ତାପ ସମୟରେ ମନ୍ଦିର ବେଢାରେ ବଡ଼ ଅବ୍ୟବସ୍ଥାରେ ଠିଆ ହୋଈ ଏଠିସେଠି ଭୋଗ ଖାଉଥିବା ସହିତ ମନ୍ଦିର ଉପରେ ଯାତ୍ରୀ ମାନେ ସ୍ନାନ ଶୌଚ ପାଇଁ ମଧ୍ୟ ବହୁ ଅସୁବିଧା ର ସମ୍ମୁଖୀନ ହେଉ ଥିବାର କହିଛନ୍ତି | ଏହା ଉପରେ ମନ୍ଦିର ଉପରେ ପୂର୍ତ୍ତ ବିଭାଗ ର ବ୍ରହ୍ମପୁର ଡିଭିଜନ ନିର୍ବାହୀ ଯନ୍ତ୍ରୀ ସୁରେଶ କୁମାର ମିଶ୍ରଙ୍କୁ ଏହି ତିନି ମହଲା କୋଠା ବିଷୟରେ ପଚାରିବାରୁ ସେ କହିଥିଲେ ସରକାରଙ୍କ ସହିତ କଥାବାର୍ତ୍ତା ଚାଲିଛି ଏବଂ ବହୁତ କାମ ଅସମ୍ପୂର୍ଣ ହୋଈ ରହିଛି, ତାହା ସମ୍ପୂର୍ଣ ହେଲେ ଶୌଚାଳୟ ଟେଣ୍ଡର ଦିଆଯିବ ଓ ତାପରେ ଏହିଘର ମନ୍ଦିର କୁ ହସ୍ତାନ୍ତର କରାଯିବ ନଚେତ ଗୋଟିଏ ଦିନରେ ଶୌଚାଳୟ ର ଅବସ୍ଥା ବେହାଲ କରିଦେବେ ଯାତ୍ରୀ ମାନେ ବୋଲି ମଧ୍ୟ ସେ କହିଛନ୍ତି |

ତେବେ ଯାତ୍ରୀଙ୍କ କହିବା କଥା ୬୦ ମହଣ ଘିଅ ହେବ ନା ରାଧା ନାଚିବ | ଘର ହେବାର ତ ୫ବର୍ଷରୁ ଅଧିକ ସମୟ ହେଲାଣି ଆଉଜେତେ ଦିନ ଚାଲିବ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଜନତା | ଲୋକଙ୍କ ବସିବା ପାଇଁ କିଛିସ୍ଥାନ ନାହିଁ, ରୋଡ଼ ରାସ୍ତାରେ ଦୁଇଟି ଗୋଲେଇରେ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ବଲବ ଡିବିରୀ ଆଲୁଅ ଠାରୁ ଆହୁରି କମ ଆଲୋକଅଟେ | ଲାଇଟ ଲାଗି ନଥିବା ଓ ଅନ୍ୟ ତିନୋଟି ଗୋଲେଇ ସମୁର୍ଣ ଅନ୍ଧାର ଥିବାରୁ ବଣ ରେ ରହୁଥିବା ହିଂସ୍ର ପଶୁଙ୍କ କବଳରେ ପଡିବା କିମ୍ବାତାଙ୍କ ସହିତ ଧକ୍କା ହୋଈ ଦୁର୍ଘଟଣା ଘଟିପାରେ ବୋଲି ଯାତ୍ରୀ ମାନେମତଦେଇଛନ୍ତି | ତେବେ ଏହି କାମ କେବେ ସରିବ ଏବଂ କେବେ ମନ୍ଦିର କୁ ହେଣ୍ଡବର ହେବ ତାହା ମାଆ ହିଁ କହି ପାରିବେ ବୋଲି ସମସ୍ତେ କହୁଛନ୍ତି | କିନ୍ତୁ ଏହାଉପରେ ମନ୍ଦିର ପରିଚାଳନା ସଭାପତି ଥିବାଗଞ୍ଜାମ ଜିଲ୍ଲାପାଳ ଯଦି ଟିକେ ଗୁରୁତ୍ୱ ଦେଇଥାନ୍ତେ, ତେବେ ଭକ୍ତ ଙ୍କ ଅସୁବିଧା କିଛି ମାତ୍ରାରେ ଦୂର ହୋଈପାରନ୍ତା ବୋଲି ସମସ୍ତେ ଆଶାବାଦୀ ଅଟନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.