ଲାଞ୍ଜିଗଡ଼ରେ ଆଜି ମଞ୍ଚସ୍ଥ ହେବ ଶାନ୍ତପୁରର ଶ୍ରୀ ଶ୍ରୀ ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନର ନାଟକ ‘କଙ୍କାଳ ଖେଳିବ ରକ୍ତର ହୋରୀ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶାରଦୀୟ ପାର୍ବଣ ପାଇଁ ଏବେ ଚଳଚଞ୍ଚଳ ହୋଇ ଉଠିଛି ଗାଁରୁ ସହର। ମଣ୍ଡପ ମାନଙ୍କରେ ପୂଜା ପାଉଛନ୍ତି ଜଗତଜନନୀ ମାଁ ଦୁର୍ଗା। ଦେବୀ ଆରାଧନା ସହ ରାତିରେ ଚାଲିଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ସେହି କ୍ରମରେ ଅକ୍ଟୋବର ୧୦ ଗୁରୁବାର ରାତିରେ ଲାଞ୍ଜିଗଡ଼ରେ ଆୟୋଜିତ ଦୁର୍ଗାପୂଜାରେ ମଞ୍ଚସ୍ଥ ହେବ ଶାନ୍ତପୁରର ଶ୍ରୀ ଶ୍ରୀ ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନର ମହାନ କାଳ୍ପନିକ ନାଟକ ‘କଙ୍କାଳ ଖେଳିବ ରକ୍ତର ହୋରୀ’। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଶାନ୍ତପୁରର ଶ୍ରୀ ଶ୍ରୀ ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ବିଗତ ଦିନ ମାନଙ୍କରେ ଅତି ସୁନ୍ଦର ନାଟକସବୁ ଦର୍ଶକଙ୍କୁ ଭେଟି ଦେଇଛି। ତେଣୁ ଆଜି ଲାଞ୍ଜିଗଡ଼ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଅନୁଷ୍ଠାନର ନାଟକକୁ ନେଇ ଦର୍ଶକମାନେ ବେଶ୍ ଉତ୍ସାହିତ ଅଛନ୍ତି। ଏହି କାଳ୍ପନିକ ନାଟକକୁ କଟକର ଲକ୍ଷ୍ମୀଧର ଦଳେଇ ରଚନା କରିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଶକ୍ତିଶେଖର ଦାଶ। ସଂଗୀତରେ ଅଛନ୍ତି ପର୍ଶୁରାମ ପଧାନ। ଦର୍ଶକମାନଙ୍କୁ ଏହି ନାଟକ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା କରିଛନ୍ତି ଶ୍ରୀ ଶ୍ରୀ ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.