ଅତିରିକ୍ତ ଜିଲ୍ଲାପାଳଙ୍କ ନାମ ଜାଣିନାହାନ୍ତି ଖୋଦ୍ ଜିଲ୍ଲା ଶିକ୍ଷାଧିକାରୀ

ଶିକ୍ଷା ବିଭାଗରେ ଶିକ୍ଷାର ଅଭାବ !

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡ଼ିଶା ସରକାରଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ଆୟୋଜନ କରା ଯାଇଥିଲା। ଏହି ଉତ୍ସବ ପାଳନ ପାଇଁ ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ପତ୍ରରେ ଖୋଦ ଅତିରିକ୍ତ ଜିଲ୍ଲାପାଳଙ୍କ ନାଁରେ ଗୁରୁତର ତ୍ରୁଟି ରହିବାରୁ ଏହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ଓ ସଚେତନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ଶିକ୍ଷା ଭଳି ଏକ ଗୁରୁତ୍ଵପୁର୍ଣ୍ଣ ବିଭାଗର ଜିଲ୍ଲା ଅଧିକାରୀଙ୍କୁ ନିଜ ଜିଲ୍ଲାର ଖୋଦ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଙ୍କ ନାଁ ଜଣା ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ କରିଛନ୍ତି। ପ୍ରକାଶ ଯେ, ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବର ଉଦଘାଟନ ପାଇଁ ବିଭିନ୍ନ ବିଦ୍ୟାଳୟରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ କାର୍ଯ୍ୟକ୍ରମର ଉଦଘାଟନ ପାଇଁ ସମଗ୍ର ଶିକ୍ଷା ବିଭାଗର ପତ୍ର ସଂଖ୍ୟା ୮୦୭/୩୧.୩.୨୫ ଅନୁସାରେ ଅନୁରୋଧ କରାଯାଇଥିଲା। ସୋନପୁର ବ୍ଲକ ଖଲିଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀଙ୍କୁ ଯୋଗ ଦାନ ପାଇଁ ଅନୁରୋଧ କରାଯାଇଥିଲେ ହେଁ ତାଙ୍କ ନାଁ ସରୋଜ ମାଝୀ ଉଲ୍ଲେଖ ରହିଛି। ଆଶ୍ଚର୍ଯ୍ୟ; ଆହୁରି ମଧ୍ୟ ଜିଲ୍ଲାର ଜଣେ ଟାଣୁଆ ଅଫିସର ଅଶ୍ବିନୀ ମେହେରଙ୍କ ପଦବୀରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପରିବର୍ତ୍ତେ ନିର୍ବାହୀ ଅଧିକାରୀ ଡିଆର୍‌ଡିଏ ଉଲ୍ଲେଖ ରହିଛି। ଶିକ୍ଷା ବିଭାଗର ଜଣେ ଶିକ୍ଷିତା ଓ ଦାୟିତ୍ବବାନ ଅଧିକାରୀ ଖୋଦ ଅତିରିକ୍ତ ଜିଲ୍ଲାପାଳଙ୍କ ନାଁ ସମ୍ପୁର୍ଣ ଭୁଲ୍ ଲେଖିବା ସହ ଅନ୍ୟ ଜଣେ ଅଧିକାରୀଙ୍କ ପଦବୀ ଭୁଲ କିପରି ଲେଖିଲେ ତାକୁ ନେଇ ବିଭିନ୍ନ ବୁଦ୍ଧିଜୀବୀ ଓ ସଚେତନ ମହଲରେ ଖୁବ ଚର୍ଚ୍ଚା ଆଲୋଚନା ହେଉଛି। ଏହି ତ୍ରୁଟିପୂର୍ଣ ପତ୍ର ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ଆଉ ଜିଲ୍ଲାର ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କେତେ ଉଜ୍ଜ୍ୱଳ ଓ ଏଭଳି ଅଧିକାରୀ ଜିଲ୍ଲାରେ ରହିଲେ ଆଗକୁ ଜିଲ୍ଲା ପାଇଁ ମଙ୍ଗଳ ନା ଅମଙ୍ଗଳ ତାହା ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଆଉ ଏ ମାଡମଙ୍କ ପୁରୁଣା ଷ୍ଟେସନ ସମ୍ବଲପୁର କାର୍ଯ୍ଯ କ୍ଷେତ୍ରରେ ଦେଖେଇଥିବା ପାରଦର୍ଶିତା ଓ ରେକର୍ଡ ସବୁର ଶୀଘ୍ର ପର୍ଦ୍ଦାଫାସ କରିବାକୁ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.