ଧରପଗଡ଼ ପଂଚାୟତ ଛକରେ ବିପଦସଂକୁଳ ଟ୍ରାନ୍ସଫର୍ମର

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ଼ ପଂଚାୟତ ଛକରେ ମୁକୁଳା ଭାବରେ ପଡି ରହିଛି ଟ୍ରାନ୍ସଫର୍ମର। ସକାଳ ପାଇଲେ ସ୍କୁଲ କଲେଜ ଯିବା ଆସିବା କରୁଛନ୍ତି ଛାତ୍ରଛାତ୍ରୀ। ପାଖରେ ସପ୍ତାହିକ ବଜାର ମଧ୍ୟ ବସିଥାଏ। ଏହି ରାସ୍ତା ଉପରେ ସମସ୍ତେ ନିର୍ଭର କରିଥାନ୍ତି। ପଂଚାୟତ ଭିତରେ ପ୍ରାୟ ଗାଁ ମନଙ୍କରେ ଟ୍ରାନ୍ସଫର୍ମର ରହିଛି। କିନ୍ତୁ ଅନେକ ଟ୍ରାନ୍ସଫର୍ମର ମୁକୁଳା ଓ ବିପଦସଂକୁଳ। ଯା’ ଫଳରେ ଗାଈ ବଳଦର ଜୀବନ ବିପଦ ହେବା ସହ ମଣିଷ ଜୀବନ ମଧ୍ୟ ବିପଦସଂକୁଳ ହୋଇ ପଡ଼ୁଛି। ମୁକୁଳା ଟ୍ରାନ୍ସଫର୍ମର ଚାରି ପଟେ ନା ଅଛି ବାଡ଼ କି ପାଚେରୀ। ବିପଦରେ ତାର ଝୁଲି ରହୁଛି। ବେସରକାରୀ ଓ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଟ୍ରାନ୍ସଫର୍ମର ସୁରକ୍ଷିତ ଓ ଚାରି ପଟେ ପାଚେରୀ ଥିବା ବେଳେ ପ୍ରାୟ ଜନସାଧାରଣଙ୍କ ବ୍ୟବହାରରେ ଲାଗି ଥିବା ଟ୍ରାନ୍ସଫର୍ମର ମୁକୁଳା ରହିଛି। ଏଥିପ୍ରତି ବିଦ୍ୟୁତ ବିଭାଗ ସଜାଗ ନହେଲେ ଲୋକେ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.