ଜୟ ଶ୍ରୀ ରାମ ଆଧ୍ୟାତ୍ମିକ ଲୋକ ସାହିତ୍ୟ ମହୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଟକ: ପବିତ୍ର ରାମନବମୀ ଅବସରରେ କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଜୟ ଶ୍ରୀ ରାମ ଆଧ୍ୟାତ୍ମିକ ଲୋକ ସାହିତ୍ୟ ମହୋତ୍ସବ ମ୍ୟୁନିସପାଲିଟି ଟାଉନ ହଲ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମଥର ଆଧ୍ୟାତ୍ମିକ ଲୋକ ସାହିତ୍ୟରେ ନାମ ସଙ୍କୀର୍ତ୍ତନକୁ ଅନ୍ତର୍ଭୁକ୍ତ କରାଯାଇଛି । ଶ୍ରୀ ମାନସ ଚୈତନ୍ୟ ମହାରାଜ, ସଭାପତି ଧବଳେଶ୍ଵର ସାରସ୍ବତ ଆଶ୍ରମ ସମାରୋହର ଶୁଭ ଉଦ୍ଘାଟନ କରି ଶ୍ରୀ ରାମଙ୍କ ମହିମା ଅମୃତ କଥନ ପ୍ରକାଶ କରିଥିଲେ ।

ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ନ୍ୟାୟଧିଶ ରତିକାନ୍ତ ମହାପାତ୍ର ଯୋଗଦେଇ ଶ୍ରୀ ରାମଙ୍କ ଆଦର୍ଶକୁ ପାଳନ କଲେ ବ୍ୟକ୍ତି ମହାନ୍ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଡ଼କ୍ଟର ଧରଣୀଧର ନାଥ ଯୋଗଦେଇ ଆଧ୍ୟାତ୍ମିକ ଲୋକ ସାହିତ୍ୟ ଓଡ଼ିଶାର ଅସ୍ମିତା ବୋଲି ବ୍ୟାଖ୍ୟା କରିଥିଲେ ।

ସମ୍ମାନିତ ଅତିଥି ଭାବେ ଡ଼କ୍ଟର ପ୍ରିୟମ୍ବଦା ଦାସ, ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ, ଇଂ ଅଜୟ କୁମାର ପଣ୍ଡା, ପଣ୍ଡିତ ଶିକ୍ଷାବିତ୍ ନୀଳକଣ୍ଠ ରାଉତ, ବ୍ରହ୍ମାନନ୍ଦ ମହାନ୍ତି, ସଭାପତି ଗ୍ରାମ ସ୍ବରାଜ, ଅଧ୍ୟାପକ କିଶୋର ଚନ୍ଦ୍ର ଦାସ, ହେମନ୍ତ କୁମାର ଜେନା, ଡ଼କ୍ଟର ଅନିରୁଦ୍ଧ କୁରକୁରିଆ, ରାଜୀବ ଷଡ଼ଙ୍ଗୀ, ଡ. ବୈଜୟନ୍ତୀମାଳା ଶତପଥୀ ଯୋଗଦେଇ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ସାମାଜିକ ଆଦର୍ଶ ଏବଂ ଆଧ୍ୟାତ୍ମିକ ଚେତନା ସମ୍ପର୍କରେ ବିଭିନ୍ନ ଉଦାହରଣ ସହିତ ବ୍ୟାଖ୍ୟା କରିଥିଲେ ।

ମାଆ ଚାଚଖାଇ ସଙ୍କୀର୍ତ୍ତନ ମଣ୍ଡଳୀ, ପାରାଦ୍ଵୀପ ଏବଂ ଶ୍ରୀ ବାସୁଦେବ ମହିଳା ଭାଗବତ ସଙ୍କୀର୍ତ୍ତନ ମଣ୍ଡଳୀ ରାମ ନାମ ସଙ୍କୀର୍ତ୍ତନ ମାଧ୍ୟମରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ପ୍ରଭୁ ଶ୍ରୀ ରାମ ମହିମା ସମ୍ପର୍କିତ କବିତା ପାଠ ଏବଂ ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା । ସନାତନ ବୈଦିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବେଦପାଠ ଏବଂ ରାମ ନାମ ଉଚ୍ଚାରଣ କରି ସନାତନ ଧାର୍ମିକ ଭାବନାକୁ ଉଜାଗର କରିଥିଲେ ।

ଚାଳିଶଗୋଟି ସେବା ଅନୁଷ୍ଠାନକୁ ରାଜ୍ୟସ୍ତରୀୟ ମର୍ଯ୍ୟାଦା ପୁରୁଷୋତ୍ତମ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଶତାଧିକ ସାହିତ୍ୟିକଙ୍କୁ ରାଜ୍ୟସ୍ତରୀୟ ଶ୍ରୀ ରାମ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା । ଲେଖକ ଅଜୟ କୁମାର ପଣ୍ଡାଙ୍କ ପୁସ୍ତକର ଶୁଭ ଉନ୍ମୋଚନ କରାଯାଇଥିଲା । କବି ମଧୁସୂଦନ ମିଶ୍ର, ସୋନାଲି ତ୍ରିପାଠୀ ଏବଂ ଗିତାମୟୀ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.