ଜ୍ୟୋତିଷ ତୀର୍ଥ ବାଗଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଭଟାଙ୍ଗ ଗ୍ରାମର ଜ୍ୟୋତିଷକାର ଭାବରେ ବେଶ ପରିଚିତ ତୀର୍ଥ ବାଗଙ୍କ ୭୫ ବର୍ଷ ବୟସରେ ହୃଦଘାତ ଜନିତ କାରଣରୁ ବୁଧବାର ଭୋର ୪ ଟା ବେଳେ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି।  ଜ୍ୟୋତିଷ ଶାସ୍ତ୍ର ବ୍ୟତିରେକେ ସେ ଜଣେ ବରିଷ୍ଠ ଚାଷୀ ମଧ୍ୟ ଥିଲେ। ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ଇନ୍ଦିରାଗାନ୍ଧୀଙ୍କ ଅମଳରୁ ସେ ଜଣେ ସକ୍ରୀୟ କଂଗ୍ରେସ କର୍ମି ଭାବରେ କାର୍ଯ୍ୟରତ ଥିଲେ। ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତି ବାହାଘର ଯୋଗଲଗ୍ନ ସମ୍ବନ୍ଧୀୟ ହେୁ, ଗୃହ ପ୍ରବେଶ ଲଗ୍ନ ସ୍ଥିର କରିବା ପାଇଁ ହେଉ, ଚାଷ ଅନୁକୂଳ ପାଇଁ ହେଉ କିମ୍ବା ଝିଅ, ପୁଅ ବାହାଘର ସମ୍ବନ୍ଧୀୟ ତଥ୍ୟ ପାଇଁ ହେଉ ସ୍ୱର୍ଗତ ତୀର୍ଥ ବାଗଙ୍କ ନକଟକୁ ଆସି ଖଡି, ପାଞ୍ଜି ଦେଖେଇଲାରେ ଆଗଉଥିଲେ। ପିଲାଟି ବେଳୁ ସ୍ୱର୍ଗତ ଶ୍ରୀ ବାଗ ଜ୍ୟୋତିଶ ଶାସ୍ତ୍ର ଉପରେ ଜ୍ଞାନ ଅର୍ଜନ କରି ଅଞ୍ଚଳବାସୀଙ୍କ ପାଇଁ ନିଶୁଳ୍କ ଖଡି, ପାଞ୍ଜି ଦେଖି ଦେଉଥିଲେ। ଗାଁ ମଶାଣିରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ସୋଇଛି। ତାଙ୍କର ଏକମାତ୍ର ପୁଅ କିଶୋର ମୁଖଗ୍ନୀ ଦେଇଥିଲେ। ତାଙ୍କ ଅକାଳ ବିୟୋଗ ନର୍ଲା ଅଞ୍ଚଳ ପାଇଁ ଅପୁରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଉଥିବା ବେଳେ ନର୍ଲା ବିଧାୟୀକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳି ବୁଦ୍ଧିଆ, ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ପୂର୍ବତନ ନର୍ଲା ବ୍ଲକ କଂଗ୍ରେସ ସଭାପତି ଦେବୀଦେବ ଶର୍ମା, ସର୍ଗିଗୁଡ଼ା ପୂର୍ବତନ ସରପଞ୍ଚ ନରସିଂହ କୁମାର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.