ଆରଇଓ କଲୋନୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆର୍.ଇ.ଓ କଲୋନୀ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଭଟ୍ଟଙ୍କ ପୌରୋହିତ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଉତ୍ସବର ଉଦଘାଟକ ଏବିଇଓ ଜଗଦୀଶ ଚନ୍ଦ୍ର ମୁଣ୍ଡ, ମୁଖ୍ୟ ଅତିଥି ବିଆରସିସି ତଥା ଏବିଇଓ ଜୟକୁମାର ମାଝୀ, ମୁଖ୍ୟବକ୍ତା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୌରୀଶଙ୍କର ପଟ୍ଟନାୟକ, ସମ୍ମାନୀତ ଅତିଥି ଶିକ୍ଷାବିତ୍ ବ୍ୟୋମକେଶ ମିଶ୍ର ଏବଂ ସିଆରସିସି ସ୍ଵାଧୀନୀ କୁମାରୀ ସାହୁ ମଞ୍ଚାସୀନ ଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଶିକ୍ଷୟିତ୍ରୀ ମିନତି କୁମାରୀ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ନମିତା ପ୍ରାଣିଗ୍ରାହୀ ମନ୍ତ୍ର ଓ ଶ୍ଳୋକ ଉଚ୍ଚାରଣ କରିଥିବାବେଳେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଭଟ୍ଟ ସ୍ୱାଗତ ସମ୍ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଶିକ୍ଷୟିତ୍ରୀ ସଂଯୁକ୍ତା ଦାଶ ଓ ପଲ୍ଲବୀ ବେନ୍ ଶୁକ୍ଳା ପୁରସ୍କାର ବଣ୍ଟନ ନାମ ଘୋଷଣା କରିଥିବା ବେଳେ ଶିକ୍ଷୟିତ୍ରୀ ସୁପ୍ରଭା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ତମାମ୍ ବର୍ଷର କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ୧୧୮ଟି ପୁରସ୍କାର ପ୍ରଦାନ କରାଯାଇଥିଲା।

ବିଦ୍ୟାଳୟର ସ୍ନାତକ ଶିକ୍ଷୟିତ୍ରୀ ତଥା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ସିଆରସିସି ମିନତି କୁମାରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଉକ୍ତ ସମୂର୍ଦ୍ଧନା ପତ୍ରକୁ ଶିକ୍ଷୟିତ୍ରୀ ପ୍ରଣତି ବହିଦାର ପଠନ କରିଥିଲେ ଓ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଶିକ୍ଷକ ଦେବାଶିଷ ରଞ୍ଜନ ଯୋଷୀ ଓ ୟୁନୁସ୍ ଖାନ୍ ସହଯୋଗ କରିଥିଲେ।

ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭଟ୍ଟ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ସମେତ ଛାତ୍ରଛାତ୍ରୀ ଅଭିଭାବକ ରୋଷେଇୟା ସହ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଟିଏଲ୍ଏମ୍ ପ୍ରଦର୍ଶନୀ ଓ ଶିକ୍ଷଣ ଫଳାଫଳ ସହିତ ସମ୍ବନ୍ଧକୁ ପ୍ରଦର୍ଶିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.