କାଳୀକୃଷ୍ଣ ସଂଘ ତରଫରୁ ଶ୍ରଦ୍ଧାଞ୍ଜଳୀ ସଭା 

ଓଡିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କାଳୀକୃଷ୍ଣ ସଂଘ ତରଫରୁ ପହେଲଗାଁଓ ନିହତ ହୋଇଥିବା ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ଉଦ୍ଦେଶ୍ୟରେ କୋକସରା ବ୍ଲକ ସ୍ଥିତ କୁସୁମ ଖୁଣ୍ଟି ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ସଭାର ଆୟୋଜନ ହୋଇଯାଇଛି। ଗତ ୨୨ ତାରିଖରେ କାଶ୍ମୀର ପହେଲଗାଁଓ ଠାରେ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ନିର୍ମମ ଗୁଳି କରି ହତ୍ୟା କରିବା ଘଟଣାର ତୀବ୍ର ନିନ୍ଦା କରିବା ସହ ଆତଙ୍କବାଦୀ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ସହ ଜନ ସାଧାରଣଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ କାଳୀକୃଷ୍ଣ ସଂଘର ପରିଚାଳକ ଜଗଦାନନ୍ଦଜୀ ମହାରାଜ ସରକାରଙ୍କୁ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କାଳୀକୃଷ୍ଣ ସଂଘର ପୁସ୍ତାକାଚାର୍ଯ୍ୟ ଶ୍ରୀ ଅଭୟାନନ୍ଦ, ଆଚାର୍ଯ୍ୟ ଶ୍ରୀ ତୋଷାନନ୍ଦ, ଶ୍ରୀ ଶୋଭାନନ୍ଦ, ସଭାପତି ସଂଜୟ କୁମାର ପଣ୍ଡା, ଉପସଭାପତି ଶ୍ରୀ କ୍ରିୟାନନ୍ଦ, କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବାନନ୍ଦ, ଶ୍ରୀ ପ୍ରିୟାନନ୍ଦ, ସଂପାଦକ ଶ୍ରୀ ମାଧବାନନ୍ଦ, କୋଷାଧ୍ୟକ୍ଷ ଲକ୍ଷ୍ମୀ ଖମାରୀ, ସହ ସଂପାଦକ ଜିତେନ୍ଦ୍ର ପଣ୍ଡା, ପ୍ରାର୍ଥନା ସହ ସଂପାଦକ ନବୀନ ରାଉତ, ପତ୍ରିକା ସଂପାଦକ ସଦାଶିବ ମହାରଣା, ଜୟପୁରରୁ ଶ୍ରୀ ଗିରିଜାନନ୍ଦ, ଶ୍ରୀ ମୁକୁନ୍ଦାନନ୍ଦ, ମୃତ୍ୟଜଂୟ ଠାକୁର, ନବରଙ୍ଗପୁରରୁ ବିରେନ୍ଦ୍ର ନାୟକ, ବିଜୟ ଦେବ ସାହୁ, ନିବେଦିତା ମୁଣ୍ଡ,କାଳୀକୃଷ୍ଣ ବାହିନୀ ସଂଯୋଜକ ସୁଜିତ ଠାକୁର, ପ୍ରଜ୍ଞା ବାହିନୀ ସଂଯୋଜିକା ସୌଦାମିନୀ ସାହୁ, ମିଡ଼ିଆ ସେଲର ପ୍ରକାଶ ସାହୁ, ମନୋଜ ରଥ ତଥା କାଳୀକୃଷ୍ଣ ଶାଖା ସଂଘର କର୍ମକର୍ତ୍ତା ଓ ଶିଷ୍ୟଶିଷ୍ୟାମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.