ଦିନକୁ ଦିନ ବଢ଼ିବାରେ ଲାଗିଛି ଜଳ ସଙ୍କଟ, ଅଚଳ ସୋଲାର ପ୍ରକଳ୍ପ

ପାଣି ପାଇଁଁ ଗୁଲୁଗୁଲା ହଳଦୀ ବଜାର ପଡା ବାସୀ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଲେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ର ହଳଦୀ ଗ୍ରାମପଞ୍ଚାୟତ ସଦର ମହକୂମା ବଜାର ପଡା ରେ ଦେଖାଦେଇଛି ଉତ୍କଟ ଜଳାଭାବ। ଗାଁର ବଜାର ପଡା ରେ ପାନୀୟଜଳ ପାଇଁଁ ଲୋକେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ପଡ଼ାରେ ଥିବା ସୋଲାର ପାଣି ପ୍ରକଳ୍ପ ଟି ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିଥିବା ରୁ ଶତାଧିକ ମହିଲା ପାଣି ପାଇଁଁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଅଚଳ ସୋଲାର ପ୍ରକଳ୍ପ ଅଧିକ ଦୁଃଖ ଦେଉଥିବା ପଡାବାସୀ କହିଛନ୍ତି। ଗ୍ରାମବାସୀ ଙ୍କ ସୁବିଧା ପାଇଁଁ ଲଗାଯାଇଥିବା ସୋଲାର ପମ୍ପ ଟି ଅଚଳ ହୋଇଯାଇଛି। ଯାହାଫଳରେ ଜଳ ଯୋଗାଣ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଛି।ମହିଲା ଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ିଛି। ପାଣି ମୁନ୍ଦେ ପାଇଁଁ ପଡ଼ାର ଶତାଧିକ ମହିଳା ଦୁରସ୍ଥ ଚାଷ ଜମିର କୂଅ ଓ ଅନ୍ୟ ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି।ଏହି ପ୍ରଚଣ୍ଡ ଖରାରେ ପାଣି ପାଇଁଁ ସେମାନେ ନାକେଦମ ହେଉଛନ୍ତି। ପ୍ରଶାସନିକ ଅବହେଳା ଏଠି ବହ ବହ ଦେଖାଦେଉଛି।ଗ୍ରାମ୍ୟ ଜଳଯୋଗାଣ ବିଭାଗ ସବୁ ଜାଣି ମଧ୍ୟ କୋୖଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ବାରମ୍ବାର ଗୁହାରି ପରେ ବି ସମସ୍ୟା ର ସମାଧାନ ହେଉନାହିଁ।ଏଥି ପାଇଁଁ ଗ୍ରାମବାସୀ ଙ୍କ ଦାବି ରହିଛି ଯେ ଗ୍ରୀଷ୍ମ ଋତୁରେ ପାଣି ବିନା ବଞ୍ଚିବା କଷ୍ଟକର ହୋଇପଡିଛି। ବଜାର ପଡା ବାସୀ ପାଣି ପାଇଁଁ ଛଟପଟ ହେଉଛନ୍ତି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ନିଦ ଭାଙ୍ଗୁନି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ଯଥାଶୀଘ୍ର ଏହି ସୋଲାର ପ୍ରକଳ୍ପ ର ମରାମତି କରି ପାନୀୟ ଜଳ ଯୋଗାଣ ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁଁ ଚେତାବନୀ ଦିଆଯାଇଛି। ସମାଜ ସେବୀ ଟଙ୍କଧର ହଂସ ପ୍ରମୁଖ ହଇରାଣ ହେଉଥିବା କହିଛନ୍ତି।ଏହାକୁ ନେଇ ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ଥିଲୁ,ହେଲେ ଯୋଗାଯୋଗ ହୋଇପାରିଲା ନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.