ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ର ଲାଖଗୁଡା ଗ୍ରାମ ର ସନ୍ତୋଷ ଭୋଇଙ୍କ ରବିବାର ସକାଳ ୬.୨୦ ସମୟରେ ହୃଦ୍ଘାତ ରେ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ ଆଜି ସକାଳୁ ଜମିକୁ ଯାଇଥିଲେ ଚାଷ କାମ ନେଇ। ବାଇକ ଚଢି ଗାଡି ଷ୍ଟାର୍ଟ ମାରିବା ବେଳକୁ ଉଚ୍ଚ ରକ୍ତ ଚାପ ଯୋଗୁଁ ମୁଣ୍ଡ ବୁଲାଇ ତଳେ ପଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ନର୍ଲା ଡାକ୍ତରଖାନା ଆଣିବାରୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗାଁ ମଶାଣିରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା। ସେ କିଛି ମାସ ତଳେ ନର୍ଲା ଚାରି ଛକରେ ଏକ ଗ୍ରୋସେରୀ ଦୋକାନ ଖୋଲିଥିଲେ। ତାଙ୍କର ଏକ ୬ ବର୍ଷର ପୁତ୍ର ସନ୍ତାନ ରହିଛି। ସେ ଜଣେ ସତ୍ ସଙ୍ଗୀ ଥିଲେ।ସନ୍ତୋଷ କୁମାର ଭୋଇ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭକ୍ତ ଥିଲେ। ଅଧୂର୍ଯ୍ୟ ସନ୍ତୋଷ ଭୋଇ ୨/୧୨/୧୯୮୪ ମସିହାରେ ଶ୍ରୀ ଶ୍ରୀ ଠାକୁରଙ୍କ ପବିତ୍ର ସତମନ୍ତ୍ର ଗ୍ରହଣ କରିଥିଲେ। ୧୬/୪/୨୦୧୫ ମସିହାରେ ପୁତ ପବିତ୍ର ଯାଜକ ପାଞ୍ଜା ଓ ପରବର୍ତ୍ତୀ ସମୟରେ ପବିତ୍ର ଅଧୁର୍ଯ୍ୟ ପାଞ୍ଜା ପ୍ରାପ୍ତ ହୋଇଥିଲେ। ତାଙ୍କର ପ୍ରାୟ ୫୯ ବର୍ଷ ବୟସ ହୋଇଥିଲା। ତାଙ୍କର ବିୟୋଗ ନର୍ଲା ସତସଙ୍ଗ ଶ୍ରୀମନ୍ଦିର ପାଇଁ ଏକ ଅପୂରଣୀୟ କ୍ଷତି ଅଟେ। ତାଙ୍କ ଦେହାନ୍ତରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଅଧୂର୍ଯ୍ୟ ସରୋଜ କୁମାର ଜେନା, କ୍ଷମା ସାଗର ସାହୁ, ଶିଶିର ନାଏକ, ଡ ଶାନ୍ତନୁ ମଜୁମଦାର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।





