ଶ୍ରୀ ଶ୍ରୀ ସତ୍ୟ ସାଇ ମନ୍ଦିର ପ୍ରତିଷ୍ଠା ଓ ସପ୍ତବିଂଶତମ ବାର୍ଷିକ ଉତ୍ସବ  

କଳାହାଣ୍ଡି,୧୪/୧୦ (ନବୀନ କିଶୋର ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଛକରେ ନବ ନିର୍ମିତ ଶ୍ରୀ ଶ୍ରୀ ସତ୍ୟସାଇ ମନ୍ଦିର ପ୍ରତିଷ୍ଠା ଓ ସପ୍ତବିଂଶତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡ଼ିଶା ଓ ଶ୍ରୀ ସତ୍ୟସାଇ ଭଜନ ମଣ୍ଡଳୀ ଯୋରାଡବରାର ମିଳିତ ଉଦ୍ୟମରେ ଅାୟୋଜିତ ଏହି କାର୍ଯ୍ୟକ୍ରମରେ ବୁଧବାର ଅପରାହ୍ନରେ ସଂକୀର୍ତ୍ତନ୍ୟ, ଘଣ୍ଟବାଦ୍ୟ, ବାଜା ଓ ଘୁମୁରା ସହିତ ନିକଟସ୍ଥ ଉତେଇନଦୀରୁ ମହାସମାରୋହରେ ଗଙ୍ଗା ବରଣ ସହିତ କଳସ ଯାତ୍ରା ଓ ଅଧିବାସ କର୍ମ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସକାଳୁ ଦେବାଦେବୀଙ୍କୁ ଆବାହନ ସହିତ ଗଣେଶ ବିଗ୍ରହ ପ୍ରତିଷ୍ଠା, ବୃନ୍ଦାବତୀ ପ୍ରତିଷ୍ଠା, ଶ୍ରୀ ସତ୍ୟସାଇ ବାବାଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରେ ସମସ୍ତ ଦେବାଦେବୀଙ୍କ ଆହୁତି ହୋମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ଶ୍ରୀମତୀ କାସ୍ତୁରୀ ବାଈ ପାତ୍ର, ଶ୍ରୀ ପ୍ରତାପ ସାହୁ ଓ ଶ୍ରୀମତୀ ଦେବକୀ ସାହୁ, ଶ୍ରୀ ବିଜୟ ଦାଶ ଓ ଶ୍ରୀମତୀ ଶୋଭା ଗିନୀ ଦାଶ, ଶ୍ରୀ ହେମନ୍ତ ଦାସ ଓ ଶ୍ରୀମତୀ ଡେଜିରାଣୀ ଦାଶ, ଶ୍ରୀ ରାମଦାସ ସାହୁ ଓ ଶ୍ରୀମତୀ ରତ୍ନୀ ସାହୁ ପ୍ରମୁଖ କର୍ତ୍ତା ଦାୟୀତ୍ଵ ନିର୍ବାହ କରୁଥିବାବେଳେ ଶ୍ରୀ ସନ୍ତୋଷ ନନ୍ଦ, ଶ୍ରୀ ଜୟ ଶଙ୍କର ମିଶ୍ର, ଶ୍ରୀ ଅରୁଣ ଦାଶ ଶର୍ମା ପ୍ରମୁଖ ପୂଜକ ଦାୟୀତ୍ଵ ନିର୍ବାହ କରୁଛନ୍ତି । ପ୍ରତିଷ୍ଠା କାର୍ଯ୍ୟ ସମାପନ ପରେ ଅନୁଷ୍ଠାନ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସତ୍ୟସାଇ ସେବା ସଦନର ରାଜ୍ୟ ଉପସଭାପତି ଶ୍ରୀ ଡ଼ଃ ରସରାଜ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ସତ୍ୟସାଇଙ୍କ ଜୀବନୀ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ମହାନ୍ତି ମୁଖ୍ୟବକ୍ତା, ଶ୍ରୀ ବେଣୁଧର କୁମାର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ଅନୁଷ୍ଠାନର ଆବାହକ ଶ୍ରୀ ହୃଷୀକେଶ ସାହୁ, ଶ୍ରୀ କିଶନଲାଲ ସାହୁ, ଶ୍ରୀ ବିଜୟ ସାହୁ , ଶ୍ରୀ ଦେବେନ୍ଦ୍ର ସାହୁ, ଶ୍ରୀ ଯାଦୁଦାସ ଭୋଇ, ଶ୍ରୀ ଭୂବନେଶ୍ଵର ସାହୁ, ଶ୍ରୀ ଶିବରାମ ସାହୁ ତଥା ଯୋରାଡବରା ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରୁଛନ୍ତି ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ହଜାର ହଜାର ସାଇବାବା ଭକ୍ତ ଯୋଗଦାନ କରି ବାବାଙ୍କ ଆଶିଷ ଲାଭ କରିଥିଲେ ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.