ଭୀମକେଲା କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ୍ ଅନ୍ତର୍ଗତ ଭୀମକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି ଓ ଶିଶୁ ମହୋତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଭୀମକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାସ ମାଝୀଙ୍କ ଅଧ୍ୟକ୍ଷତାରେ ଏବଂ ସିଆରସିସି ବିଜୟ ସୁନାଙ୍କ ସଂଯୋଜନାରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଜାନକୀ ଗୌଡ଼ ଓ ସମିତି ସଭ୍ୟା ସୁମିତ୍ରା ଗୌଡ଼ ଯୋଗଦେଇଥିଲେ। ଏହି ମହୋତ୍ସବରେ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରସ୍ଫୁଟନ ଏବଂ ଶିକ୍ଷା ସହିତ ସହପାଠ୍ୟକ୍ରମ କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ସୁରେଶ ଶର୍ମା, ଦେବଦତ୍ତ ମିଶ୍ର ଓ ନୃସିଂହ ଚରଣ ଦଳେଇ। କାର୍ଯ୍ୟକ୍ରମରେ ଶିକ୍ଷକ ଜନ୍ମେଜୟ ମାଝୀ, କେଶରୀ ସାହୁ, ବଂଶୀଧର ନାଏକ, କୁମୁଦ ନାଏକଙ୍କ ସମେତ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀ, ଶିଶୁ ସେବିକା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ଅଭିଭାବିକାମାନେ ଯୋଗଦେଇଥିଲେ। ମହୋତ୍ସବର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହଯୋଗ ରହିଥିଲା। ସାମୂହିକ ସହଯୋଗ, ଶିକ୍ଷକମାନଙ୍କ ନିଷ୍ଠା ଓ ଅଭିଭାବକଙ୍କ ସକ୍ରିୟ ଭାଗୀଦାରି ଏହି ମହୋତ୍ସବକୁ ସଫଳ କରିଥିବା ବେଳେ ଏହା ଶିଶୁମାନଙ୍କ ପ୍ରତିଭା ବିକାଶ ଓ ସର୍ବାଙ୍ଗୀଣ ଉନ୍ନତି ପାଇଁ ଏକ ଉତ୍ତମ ମଞ୍ଚ ପାଲଟିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.