ପଞ୍ଚମ ଦିନରେ ନର୍ଲାର ନବରାତ୍ରୀ ପୂଜା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବହୁ ପ୍ରସିଦ୍ଧ ନବରାତ୍ର ଦୁର୍ଗାପୂଜା ରେ ଭିଡ ଜମୁଛି। ବିଶେଷ କରି ସନ୍ଧ୍ୟା ୭.୩୦ ଆଳତି ସମୟରେ ପ୍ରବଳ ଭକ୍ତ ସମାଗମ ପରିଲକ୍ଷିତ ହେଉଛି। ପାଗ ଅନୁକୂଳ ରହୁଥିବାରୁ ନର୍ଲା ତଥା ନର୍ଲା ଆଖ ପାଖ ୧୦ ରୁ ଉର୍ଦ୍ଧ୍ବ ଗାଁ ଗୁଡ଼ିକର ଲୋକେ ଏଇଠିକି ଆସି ଦୁର୍ଗାପୂଜା ମଜା ଉଠାଉଛନ୍ତି।
ନବରାତ୍ର ପୂଜା କମିଟିର ସଭାପତି ଦୀପୁ ପାତ୍ର ଙ୍କ ନେତୃତ୍ୱରେ ପୂଜା ପରିଚାଳନା କମିଟିର ଉପ ସଭାପତି ଚକ୍ର ଗୌଡିଆ, ସମ୍ପାଦକ ରାଜେନ୍ଦ୍ର ନାରାୟଣ ପୂଝାରୀ(ଟିମ୍ପୁ), କୋଷାଧ୍ୟକ୍ଷ ଘାସିରାମ ସାହୁ, ଯୁଗ୍ମ କୋଷଧ୍ୟାକ୍ଷ ଅମନ ଚାନ୍ଦ (ବଣ୍ଟୁ), ଯୁଗ୍ମ ସମ୍ପାଦକ ସୁଶୀଲ ପାତ୍ର, ସୁନୀଲ ନାଗ, ତୋଫାନ ପ୍ରଧାନୀ, ବିକାଶ ପାତ୍ର, ରୁନା ଗୌଡ, ବିଜୟ ଗୌଡ, କୈଳାଶ, ବବଲୁ ଗନ୍ତାୟତ, ମିଲୁ ସେଠୀ, ନରେନ ହଂସ, କାହ୍ନା ଗୌଡ, ବିକାଶ ବିଶି, ବିକାଶ ହଂସ, ପଦାର ପାତ୍ର, ସପନ ନାଗ, ଡିଙ୍ଗର ପାତ୍ର, ମୃତ୍ୟୁଞ୍ଜୟ ନାଗ(ପିଣ୍ଟୁ), ସତ୍ୟ ଗୌଡିଆ ପ୍ରମୁଖଙ୍କ ଉପସ୍ଥିତିରେ ପୂଜା କାର୍ଯ୍ୟକ୍ରମ ଚାଲିଛି।ନର୍ଲା ର ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡା ଓ ପଦ୍ମିନୀ ପଣ୍ଡା ଦମ୍ପତି ପୂଜା କର୍ତ୍ତା ଦାୟୀତ୍ୱ ନିର୍ବାହନ କରୁଥିବା ବେଳେ ମୁଖ୍ୟ ପୂଜକ ଭାବରେ ପଣ୍ଡିତ ସୁନାଶିର ମିଶ୍ର ଓ ସହଯୋଗୀ ଭାବରେ ଦୟାନିଧି ବିଶି, ସୂରଜ ମହାପାତ୍ର, ନୀରଜ ମହାପାତ୍ର, ପ୍ରଭୋବ ଚାନ୍ଦ ପ୍ରମୁଖ ପୂଜନ କାର୍ଯ୍ୟରେ ସହଯୋଗ କରୁଥିବା ଜଣାପଡ଼ିଛି। ଗତ ଶନିବାର ୧୦ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ରାଣିବନ୍ଧ ପୁଷ୍କରିଣୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ରାତିରେ ଅଧିବାସ ଓ ରବିବାର ସକାଳୁ ଆରମ୍ଭ ହୋଇଥିଲା ନବରାତ୍ରୀ ପୂଜା। ଆଜି ପୂଜା ପଞ୍ଚମ ଦିନରେ। ପ୍ରତ୍ୟହ ସୂର୍ଯ୍ୟପୂଜା , ମଙ୍ଗଳ ଆଳତି, ମହାସ୍ନାନ, ଅନ୍ନଭୋଗ, ସାନ୍ଧ୍ୟ ଆଳତୀ ପ୍ରଭୃତି ଚାଲୁଥିବା ମୁଖ୍ୟ ପଣ୍ଡିତ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।ପାଗ ଅନୁକୂଳ ଥିବାରୁ ପ୍ରତ୍ୟହ ଭକ୍ତ ସମାଗମରେ ଭିଡ ବଢିବାରେ ଲାଗିଛି। ଆଜିଠୁଁ ପ୍ରତ୍ୟହ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ୧୫ ତାରିଖ ଗୁରୁବାର ବୈଠକୀ ସଂକୀର୍ତ୍ତନ, ୧୬ ରେ ଡ୍ୟାନ୍ସ ଡ୍ୟାନ୍ସ ଧମାକା, ୧୭ ରେ ଲୋକନୃତ୍ୟ ମିକ୍ସଚର କିଚକ ବଦ୍ଧ, ୧୮ ରେ ନାଟକ କାନ୍ଦିବୁନି କେବେ ରାଣ ରହିଲା, ୧୯ ରେ ନ୍ୟୁ ଲାଇଫ ଡ୍ୟାନ୍ସ ଗୃପ ଧମାକା, ୨୦ ରେ ଝିଅ ଗୃପ ରାମଲୀଳା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଓ ୨୧/୧୦ ଅପରାହ୍ନରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି। କମିଟି ସଦସ୍ୟ, ଅଞ୍ଚଳ ବାସୀଙ୍କ ଆନ୍ତରିକ ସହଯୋଗ ଫଳରେ ସଫଳତାର ଓ ଶାନ୍ତି ଶୃଙ୍ଖଳା ଭାବରେ ପୂଜା ଆଗେଇ ଚାଲିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ପୂଜା କମିଟି ର ସଭାପତି ଦୀପୁ ପାତ୍ର ଓ ସମ୍ପାଦକ ରାଜେନ୍ଦ୍ର ପୂଝାରୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.