୪୯ ଜଣ କରୋନା ଯୋଦ୍ଧା ପଜିଟିଭ୍‌

ଜିଲ୍ଳାରେ ୧୩୬ ଚିହ୍ନଟ ପରେ ୧୪୬୧ରେ ପଂହଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡ,୮/୮ : ମହାମାରୀ କରୋନା ସଂକ୍ରମଣରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ରାୟଗଡ ଜିଲ୍ଳାରେ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ଦିନ ପୁଣି ୧୩୬ଜଣ ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଳାରେ ୧୪୬୧ରେ ପଂହଚିଲା ପଜିଟିଭ୍ ସଂଖ୍ୟା ଏବଂ ଆଜି ସୁଦ୍ଧା ୧୦ଜଣ ରୋଗୀ କରୋନା ଯୁଦ୍ଧରେ ଜୀବନ ହାରିଛନ୍ତି ଏବଂ ୮୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏ ନେଇ କୋଭିଡ ପରିଚାଳନା କମିଟିର ଜିଲ୍ଳା ନୋଡାଲ ଅଧିକାରୀ ତଥା ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ ଗଣମାଧ୍ୟମକୁ ଦେଇଥିବା ସୂଚନା ପ୍ରକାରେ ୧୩୬ଜଣ ଚିହ୍ନଟଙ୍କ ମଧ୍ୟରେ ୧୦୮ଜଣ ପୁରୁଷ ଓ ୨୮ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ରାୟଗଡ ପୈାରାଂଚଳରୁ ୩ ଓ ଗ୍ରାମାଂଚଳରୁ ୭ ଜଣ ରହିଥିବା ବେଳେ ଗୁଣପୁର ପୈାରାଂଚଳରୁ ୨ଜଣ, କଲ୍ୟାଣସିଂହପୁର ବ୍ଳକରୁ ୨୮ଜଣ, ଚନ୍ଦ୍ରପୁରରୁ ଜଣେ, ଗୁଡାରୀରୁ ସର୍ବାଧିକ ୫୦ଜଣ ରହିଥିବା ବେଳେ ରାମନାଗୁଡାରୁ ୪୧, କାଶିପୁର ବ୍ଳକର ଶଙ୍କରଡା ଓ ଦୁଡକାବାହାରରୁ ଜଣେ ଲେଖାଁଏ ୨ଜଣ ସହ ୨ଜଣଙ୍କ ଗସ୍ତ ତଥ୍ୟ ରହିଛି । ଏମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ୯ଜଣ, ପୋଲିସ ୪ଜଣ, ସିଆରପିଏଫ ଯବାନ ୭ ଓ ଆରଆରବି ବାଟାଲିୟନ ଅର୍ଦ୍ଧସାମରିକ ବାହିନୀର ୨୯ଜଣ ସମୁଦାୟ ୪୯ଜଣ କରୋନା ଯୋଦ୍ଧାମାନେ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଇଏଲଆଇ/ସାରି ଲକ୍ଷଣ ରହିଥିବା ୫ଜଣ ଚିହ୍ନଟ ହୋଇଛନ୍ତି । ରାୟଗଡ ଜିଲ୍ଳାର ତାଡମା, ବିଷମକଟକ ଓ ଗୁଣପୁର ସ୍ଥିତ କୋଭିଡ କେୟାର କେନ୍ଦ୍ରରେ ରୋଗୀମାନଙ୍କ ନିମନ୍ତେ ୧୬୦୦ ଶଯ୍ୟାର ସୁବିଧା ରହିଥିବା ଯୋଗୁଁ ବର୍ତମାନ ଚିହ୍ନଟ ରୋଗୀମାନେ ଚିକିତ୍ସିତ ହେଉଥିବା ବେଳେ ବିଷମକଟକ କେଏମଆରଏସ ଓ ଗୁଣପୁରର ଇଏମଆରଏସ କୋଭିଡ କେୟାର କେନ୍ଦ୍ରରେ ଆହୁରି ୬୦୦ଶଯ୍ୟା ପ୍ରସ୍ତୁତ ହୋଇ ସାରିଥିବା ବେଳେ ଅଳ୍ପ ଦିନରେ ଏହି ଦୁଇ କେନ୍ଦ୍ର କାର୍ଯ୍ୟକାରୀ ହେଲେ ଜିଲ୍ଳାରେ ୨୦୦୦ରୁ ଉର୍ଦ୍ଧ ଶଯ୍ୟା ବିଶିଷ୍ଠ ସିସିସିଗୁଡିକରେ କରୋନ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବ ବୋଲି ଜିଲ୍ଳା ନୋଡାଲ ଅଧିକାରୀ ଶ୍ରୀ ଋତୁରାଜ ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଳାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତୁରନ୍ତ ତାଙ୍କର କଂଟାକ୍ଟ ଟ୍ରେସିଂ କରାଯାଇ ଅନ୍ୟମାନଙ୍କୁ ମଧ୍ୟ ଟ୍ରିୁନାଟ/ଆଂଟିଜେନ, ଆରଟିପିସିଆର କିଟ୍‌ରେ ସ୍ୱାବ ନମୂନା ପରୀକ୍ଷା କରାଯାଉଥିବାରୁ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି ତେଣୁ ଏହାକୁ ନେଇ କୈାଣସି ପ୍ରକାର ଭୟଭୀତ ନ ହୋଇ ବାହାରକୁ ବାହାରିଲେ ମାସ୍କ ପରିଧାନ କରିବା ଓ ସାମାଜିକ ଦୂରତା ବଜାୟ ରଖିବା ସହ ଘରକୁ ଫେରିଲେ ସାବୁନରେ ହାତ ଧୋଇବା ଏବଂ ଅତି ଜରୁରୀ ନ ହେଲେ ଘରୁ ବାହାରକୁ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.