ରାୟଗଡ,୧୪/୮: ମହାମାରୀ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରି ବର୍ତମାନ ପରିସ୍ଥିତିରେ ଦେଶ ତଥା ରାଜ୍ୟ ମହାମାରୀ କରୋନା ସହ ଲଢେଇ କରୁଥିବା ଯୋଗୁଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ କୋଭିଡ-୧୯ ଗାଇଡଇାଇନ ଅନୁଯାୟୀ ଚଳିତ ବର୍ଷ ସାମାଜିକ ଦୂରତା ଅବଲମ୍ବନ କରି ମାସ୍କ ବ୍ୟବହାର ସହ ନିରାଡମ୍ବର ଭାବରେ ସମୀତି ଅତିଥି, ପଦାଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ କରୋନା ଯୋଦ୍ଧାଙ୍କୁ ନେଇ ପାଳନ ହେବ ରାୟଗଡ ଜିଲ୍ଳାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ବୋଲି ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ. ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ରାୟଗଡ ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଳାସ୍ତରୀୟ ସ୍ୱାଧୀନତା ଦିବସରେ ଚଳିତ ବର୍ଷ କୈାଣସି ମାର୍ଚ୍ଚ ଫାଷ୍ଟ କରାଯିବ ନାହିଁ କେବଳ ପୋଲିସ ବିଭାଗର ୨ଟି କଂଟିଜେନ୍ ପୋଲିସ ଦଳ ତରଫରୁ ମୁଖ୍ୟ ଅତିଥି ଓ ଜାତୀୟ ପତାକାକୁ ସମ୍ମାନୀତ କରାହେବ ବୋଲି ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ. ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସେହିପରି ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଜିସିଡି ପଡିଆରେ କେବଳ ୫୦ ରୁ ୭୫ଜଣ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ଜିଲ୍ଳାର ସମସ୍ତ ପ୍ରବେଶ ପଥ ସହ ସମସ୍ତ ଥାନା ଅଂଚଳରେ ନାକା, ବ୍ଳକିଂ, ଚେକିଂ ଓ ପୋଲିସ ପେଟ୍ରୋଲିଂକୁ ବୃଦ୍ଧି କରାଯାଇଛି ଏବଂ ସିଆରପିଏଫ ଓ ବିଏସଫ ଫୋର୍ସ ମୁତୟନ ଅଂଚଳରେ କୁମ୍ଭିଂ ମଧ୍ୟ ଜୋରଦାର କରାଯାଇଥିବା ନେଇ ଏସ.ପି.ଶ୍ରୀ ବିବେକ ସୂଚନା ଦେଇଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in