ଦୁଲକିବନ୍ଧ ସଟଡାଉନ

୨ଜଣ କରୋନା ପଜିଟିଭ ଚିହ୍ନଟ ପରେ ସଟଡାଉନ ଘୋଷଣା କଲେ ସରପଞ୍ଚ

କଲମପୁର,୧୫/୮: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ପଞ୍ଚାୟତ ଅଧିନସ୍ଥ ଦୁଲକିବନ୍ଧ ଗାଁକୁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ଦୁହିତା ମାଝୀ । ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ସଟଡାଉନ ସମୟ ପରିଧି ମଧ୍ୟରେ ଔଷଧ ଦୋକାନ, କୃଷି ଖତ ସାର ଦୋକାନ ବ୍ୟତିତ ଅନ୍ୟ ଦୋକାନ ବଜାର ସବୁ ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି।

ଏହି ଅଞ୍ଚଳର ୨ଜଣ କରୋନା ସଂକ୍ରମିତ ଜଣାପଡିବାପରେ ବିଜମରା ସରପଞ୍ଚ ଦୁହିତା ମାଝୀ କେବଳ ଦୁଲକିବନ୍ଧ ଗ୍ରାମକୁ ୭୨ ଘଣ୍ଟl ସଟଡାଉନ ଘୋଷଣା କରିଛନ୍ତି । ପରିସ୍ଥିତି ଦେଖି ପରେ ଅନ୍ୟ ଗାଁ ମାନଙ୍କୁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସରପଞ୍ଚ ଶ୍ରୀମତୀ ମାଝୀ କହିଛନ୍ତି ।

କଲମପୁର ବିଡ଼ିଓ ହେମସାଗର ଭୋଇ, ତହସିଲଦାର କରିସ୍ମା ବେଶ୍ରା ସେହି ଗାଁକୁ ଯାଇ ସଂକ୍ରମିତଙ୍କ ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ସହ ସେମାନେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ଏକ ତାଲିକା ପ୍ରସ୍ତୁତି ପାଇଁ ପ୍ରୟାସ ଜାରି ରଖିଛନ୍ତି । ଆକ୍ରାନ୍ତ ୨ ଜଣଙ୍କୁ ତାଙ୍କ ଘରେ ସଙ୍ଗରୋଧ ଭାବେ ରଖାଯାଇ ଚିକିତ୍ସା କରାଯାଉଥିବା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ସୁଚନା ମିଲିଛି ।

କଲମପୁର ପ୍ରତିନିଧି ତୁଲାରାମ ବେହେରାଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.