ପ୍ରୟାସର ଡିଜିଟାଲ୍ ଚା’ ଖଟି, ସାମିଲ ହେଲେ ଦଶ ଜଣ ଯୁବ କଥାକାର

ଭୁବନେଶ୍ୱର,୧୫/୮: ସ୍ବାଧୀନତା କାହାକୁ ଭଲ ନ ଲାଗେ? ସ୍ବାଧୀନ ଚିନ୍ତା, ସ୍ବାଧୀନ ବାର୍ତ୍ତା, ସ୍ବାଧୀନ ଭାବରେ ବଞ୍ଚିବାର ମୋହ, ଯୁଗେ ଯୁଗେ ମଣିଷକୁ ଆକ୍ତାମାକ୍ତା କରିଛି, କରୁଥିବ ମଧ୍ୟ। ଏଇ ଆଳରେ ପଲ୍ଲୀଠାରୁ ଦିଲ୍ଲୀ ଯାଏଁ ଆବାଳବୃଦ୍ଧବନିତା ମାତି ଯାଆନ୍ତି ଅଗଷ୍ଟ ଆସିଲେ ପନ୍ଦର ତାରିଖର ଢେର୍ ଦିନ ଆଗରୁ। କବି ଗାଳ୍ପିକ ସେଥିରୁ ବାଦ୍ ଯିବେ କେମିତି?

ଏଇ ଅବସରରେ ପ୍ରୟାସ ପରିବାର ପକ୍ଷରୁ ଆୟୋଜିତ ହୋଇଯାଇଛି ଡିଜିଟାଲ୍ ଚା’ ଖଟି, ଭିନ୍ନ ସ୍ବାଦର ଗପ ଆସର। ଗୁଗଲ ମିଟ୍ ରେ ରାଜ୍ୟର କୋଣ ଅନୁକୋଣରୁ ଦଶ ଜଣ ଯୁବ ଗାଳ୍ପିକ ଗାଳ୍ପିକା ଯୋଗ ଦେଇ ନିଜ ନିଜର ଅଣୁ ଗଳ୍ପ ପାଠ କରିଥିଲେ। ଆବାହକ ଶ୍ରୀଧର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମରେ ଭୁବନେଶ୍ବରରୁ ସୌମ୍ୟା ଶୁଭଦର୍ଶିନୀ, ସ୍ତୁତିରେଖା ମିଶ୍ର, ରାୟଗଡାରୁ ବିମଳଚାନ୍ଦ ପଟ୍ଟନାୟକ, ରୂପେଶ ସାହୁ, ବାଲେଶ୍ବରରୁ ସଞ୍ଜୟ ପଣ୍ଡା, ଭଦ୍ରକରୁ ଓମ୍ ପ୍ରକାଶ ବିଶ୍ବାଳ, କଟକରୁ ସ୍ବାଗତିକା ନାୟକ, ସାର୍ଥକ ପ୍ରସାଦ ସାହୁ ଓ ବାରିପଦାରୁ ବନିତା ତ୍ରିପାଠୀ ପ୍ରମୁଖ ନିଜର ଅଣୁଗଳ୍ପ ଉପସ୍ଥାପନ କରିଥିଲେ। ଗାଳ୍ପିକା ମୀନା କୁମାରୀ ସ୍ବାଇଁ ଗଳ୍ପ ଗୁଡିକର ସମୀକ୍ଷାତ୍ମକ ମତାମତ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବେବୀଲତା ନାୟକ, ଆଶୁତୋଷ ପାତ୍ର, ଉଷାରାଣୀ ପଣ୍ଡା, ଗାୟତ୍ରୀ ମିଶ୍ର, ବୁନା ପାଢୀ, ରଶ୍ମିରଞ୍ଜନ ବେହେରା, ପ୍ରସନ୍ନ ପ୍ରୟାସ ଭୁଏ, ସୁନୀତା ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିବା ସହ ଯୁବ ଗାଳ୍ପିକମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ତରୁଣ ଗାଳ୍ପିକ ରୂପେଶ ସାହୁ ସଭିଁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.