ରାୟଗଡ,୧୬/୮: ରବିବାର ଦିନ ରାଜ୍ୟରୁ ଚିହ୍ନଟ ହୋଇଛି ୨୯୨୪ଟି ନୂଆ ପଜିଟିଭ୍ କେସ୍ । ଏଥିରେ ରାୟଗଡ ଜିଲ୍ଳାରୁ ୧୧୬ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୮୨ଜଣ ପୁରୁଷ ଓ ୩୪ଜଣ ମହିଳା ଆକ୍ରାନ୍ତ ଅଛନ୍ତି । ସେହିପରି ଚିହ୍ନଟ ହୋଇଥିବା ସମସ୍ତ ୧୧୬ଜଣ ଆକ୍ରାନ୍ତ ରୋଗୀ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୪ଜଣ କଂଟାକ୍ଟ ଟ୍ରେସିଂରୁ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଳାରେ ପଜିଟିଭଙ୍କ ସଂଖ୍ୟା ୨ହଜାର ଟପି ୨୦୬୬ରେ ପଂହଚିସାରିଛି । ଏଥିରେ ୧୨୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୬୯ଜଣ ଚିକିତ୍ସିତ ହେଉଛନ୍ତି । ଜିଲ୍ଳାର ରାମନାଗୁଡା ବ୍ଳକରୁ ୩୭ଜଣ, କୋଲନରାରୁ ୧୪, ଚନ୍ଦ୍ରପୁରରୁ ଓ ମୁନିଗୁଡାରୁ ୬ଜଣ ଲେଖାଁଏ ଓ କଲ୍ୟାଣସିଂହପୁର ଓ କାଶିପୁର ବ୍ଳକରୁ ୩ଜଣ ଲେଖାଁଏ ଚିହ୍ନଟ ହୋଇଛନ୍ତି । ସେହିପରି ବିଷମକଟକ ବ୍ଳକରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ପୈାରାଂଚଳରୁ ୭ଜଣ ଏବଂ ରାୟଗଡ ପୈାରାଂଚଳରୁ ୧୯ ଓ ଗ୍ରାମାଂଚଳରୁ ୧୯ଜଣ ମୋଟ ୧୧୬ଜଣ ଚିହ୍ନଟ ହୋଇଛନ୍ତି । ଏଥିରେ ୯୧ଜଣ ଆଇଏଲଆ/ସାରି ଲକ୍ଷଣ ଥିବା ୯୧ଜଣ ଚିହ୍ନଟ ହୋଇଥିବା ବେଳେ ୪ଜଣ କୋଭିଡ ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ବତର୍ମାନ ଜିଲ୍ଳାରେ ୩୩୧ଜଣ କୋଭିଡ ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୨୦୭ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୧୨୪ଜଣ ଚିକିତ୍ସିତ ହେଉଛନ୍ତି । ଅଗଷ୍ଟ ମାସର ୧ତାରିଖ ସୁଦ୍ଧା ଜିଲ୍ଳାର ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୯୭ ରହିଥିବା ବେଳେ ୨ତାରିଖରେ ୧୯୭ଜଣ ପଜିଟିଭ୍ ଚିହ୍ନଟ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ପାର କରି ୧୦୯୪ରେ ପଂହଚିଥିଲା । ତେବେ ଅଗଷ୍ଟ ୧୬ ସୁଦ୍ଧା ଏହି ସଂଖ୍ୟା ଆଉ ୧ହଜାର ଟପି ମାତ୍ର ୧୫ଦିନରେ ୨୦୬୬ରେ ପଂହଚି ସାରିଛି । ଫଳରେ ରାୟଗଡ ଜିଲ୍ଳାକୁ କରୋନା ଭୂତାଣୁ ମାଡି ବସିଥିବା ନେଇ ଜିଲ୍ଳାବାସୀ ଚର୍ଚ୍ଚା କରୁଥିବା ବେଳେ ଜିଲ୍ଳା ପ୍ରଶାସନ ଅଗଷ୍ଟ ମାସରେ ରାପିଡ୍ ଆଂଟିଜେନ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦେଇ ଜିଲ୍ଳାର ୩୧ଟି ସ୍ଥାନରେ ସ୍ୱାବ ସଂଗ୍ରହ ଜାରି ରଖିଥିବାରୁ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବ ତେଣୁ ସଂଖ୍ୟାକୁ ଦୃଷ୍ଟିରେ ରଖି ଭୟଭୀତ ନ ହୋଇ କୋଭିଡ-୧୯ଗାଇଡଲାଇନ ମାନି ଚଳିବାକୁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ନିବେଦନ କରିଛନ୍ତି ।
ହୋମ କ୍ୱାରେନଟାଇନ ନିମୟକୁ କଡାକଡି ଭାବେ ମାନି ଚଳିବା ସହ ସାମାଜିକ ଦୂରତା ଓ ମାସ୍କ ପରିଧାନ ଏବଂ ହାତକୁ ନିୟମିତ ଭାବେ ଭଳଭାବେ ୨୦ସେକେଣ୍ଡ ଧରି ସାନିଟାଇଜର କିମ୍ବା ସାବୁନରେ ଧୋଇବା ପାଇଁ ପରାମର୍ଶ ଦେଇଛନ୍ତି । ଅପରପକ୍ଷେ ରାୟଗଡ ଜିଲ୍ଳାରେ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ଅଗଷ୍ଟ ୧୬ସୁଦ୍ଧା ୨୦୬୬ରେ ପଂହଚିଥିବା ବେଳେ ପଡୋଶୀ ଜିଲ୍ଳା କୋରାପୁଟରେ ୧୮୦୮, ଗଜପତିରେ ୨୩୫୧, ମାଲକାନଗିରିରେ ୧୨୪୯, କନ୍ଧମାଳରେ ୧୩୪୯, ନବରଙ୍ଗପୁରରେ ସର୍ବନିମ୍ନ ୪୯୧ ରହିଥିବା ବେଳେ କଳାହାଣ୍ଡିରେ ୭୪୦ ଓ ଗଂଜାମ ଜିଲ୍ଳାରେ ସର୍ବାଧିକ ୧୪୭୬୭ ପଜିଟିଭ୍ ସଂଖ୍ୟା ରହିଛି । ଫଳରେ ଏହି ୮ଟି ଜିଲ୍ଳାରେ ପଜିଟିଭ୍ ସଂଖ୍ୟା ତୁଳନାରେ ରାୟଗଡ ଜିଲ୍ଳା ତୃତୀୟ ସ୍ଥାନରେ ରହିଥିବା ବେଳେ ଦିନକୁ ଦିନ ବୃଦ୍ଧି ପାଉଥିବା ପଜିଟିଭ୍ ସଂଖ୍ୟାକୁ ଦୃଷ୍ଟି ଦେଲେ ଜିଲ୍ଳା ଆଉ ଅଳ୍ପ ଦିନରେ ଦ୍ୱିତୀୟ ସ୍ଥାନ ଅଧିକାର କରିବ ବୋଲି ଜଣାପଡୁଛି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in