ନିଶିଗନ୍ଧା ଭାଷା ପ୍ରତିଷ୍ଠାନର କର୍ମକର୍ତ୍ତା ନିର୍ବାଚିତ

ଖୋର୍ଦ୍ଧା: ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ କାମ କରୁଥିବା ନିଶିଗନ୍ଧା ଭାଷା ପ୍ରତିଷ୍ଠାନର କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି। ଏନେଇ ପ୍ରତିଷ୍ଠାତା ବଳରାମ ତରାଇ ଓ ରାଜ୍ୟ ମୁଖ୍ୟ ସମ୍ପାଦିକା ସରସ୍ବତୀ ନାୟକ ନିର୍ବାଚିତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛନ୍ତି। ଅନୁଷ୍ଠାନର ମୁଖ୍ୟ ମାର୍ଗଦର୍ଶକ ଭାବେ ବିଶିଷ୍ଟ କବି ପ୍ରଫେସର୍ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ପଥପ୍ରଦର୍ଶକ ଭାବେ ପଦ୍ମନାଭ ତ୍ରିପାଠୀ, ମୁଖ୍ୟ ପୃଷ୍ଠପୋଷକ କରୁଣାକର ମଲିକ ଏବଂ ମୁଖପାତ୍ର ଜ୍ୟୋତି ରଞ୍ଜନ ଦାଶଙ୍କୁ ମନୋନୀତ କରାଯାଇଛି।

Omkar Vasthu
Omkar Vasthu

ନିଶିଗନ୍ଧାର ସଭାପତି ଭାବରେ ଡ. ରଜନୀ ରଞ୍ଜନ ଦାଶ, ଉପସଭାପତି ଆଡୋଭକଟ ଚିତତ୍ତରଞ୍ଜନ ନନ୍ଦ, କାର୍ଯ୍ୟକାରୀ ସଭାପତି ଡ. ଜୟନ୍ତୀବାଳା ଜେନା, କାର୍ଯ୍ୟକାରୀ ସମ୍ପାଦକ ଗୋଦାବରୀଶ ଦାସ, ସହ-ସମ୍ପାଦକ ଜମ୍ବେଶ୍ଵର ଦଳାଇ, ସହ-ସମ୍ପାଦିକା ପୁଷ୍ପଲତା ସାହୁ, ସଙ୍ଗଠନ ସମ୍ପାଦିକା ଡ. ପ୍ରଭାତ ନଳିନୀ ମିଶ୍ର, ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି, ଆଇନ୍ ପରାମର୍ଶଦାତା ଅଖିଳେଶ ମହାନ୍ତି, ବିଚାରକ ମଣ୍ଡଳୀ ଭାବେ ପ୍ରଫୁଲ୍ଲ କୁମାର ହୋତା (ପୂର୍ବ ), କୈଳାସ ଚନ୍ଦ୍ର ପଟ୍ଟନାୟକ (ପଶ୍ଚିମ), ରାମନାରାୟଣ ଶର୍ମା (ଉତ୍ତର), କବି ସୌରଭ କୈଳାସ ଚନ୍ଦ୍ର ବେହେରା (ଦକ୍ଷିଣ )ପାଇଁ ଦାୟିତ୍ୱ ସମ୍ପାଦନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Pearl dental clinic
Near Ashish Medical Store, Bhawanipatna

ସେହିପରି ନିଶିଗନ୍ଧା ସମ୍ପାଦନା ମଣ୍ଡଳୀରେ ବ୍ରତତୀ ପ୍ରିୟଦର୍ଶିନୀ ସ୍ୱାଇଁ, ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ, ସୁଚିସ୍ମିତା ଶତପଥୀ, ଅନସୂୟା ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉପଦେଷ୍ଟା‌ ମଣ୍ଡଳୀରେ ଜୟଲଷ୍ମୀ ସେଠୀ, ରକ୍ଷକ ନାୟକ, ନିରଦ ଚନ୍ଦ୍ର ଜେନା, ପ୍ରସନ୍ନ କୁମାର ନାୟକ, ଧରିତ୍ରୀ ଦାସ, ଅନସୂୟା ଦେବତା, ମିନତୀ ଦାସ, ସଂଗ୍ରାମ କେଶରୀ ସାମନ୍ତରାୟ, ଲତିକା ମହାନ୍ତି, ଭାସ୍କର ରାଉତ, ଶରତ ଚନ୍ଦ୍ର ପଣ୍ଡା, ପ୍ରଦୀପ କୁମାର ସାହୁ, ରାମେଶ୍ୱର ପ୍ରସାଦ ସାହୁ,ଡ. ଗଣେଶ୍ୱର ସ୍ବାଇଁ, ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ବିଜୟ କୁମାର ପଣ୍ଡା, ବସୁଦେବ ମାଲବିଶୋୟୀ, ମୋହିତ ଚକ୍ରବର୍ତ୍ତୀ, ଡ. ଦେବାଶିଷ ଜ୍ୟୈଷ୍ଠୀ, ଆଡଭୋକେଟ ଦିଲ୍ଲୀପ ନନ୍ଦ, ସୁବ୍ରତ ପୃଷ୍ଟି, ଡ. କୁଳମଣି ଦାଶ, ଡ. ମୃତ୍ୟଞ୍ଜୟ ରଥ, ଡ. ନୀଳାଦ୍ରୀ ଜଗଦେବ, ଡ. ପ୍ରଭାସ ଆଚାର୍ଯ୍ୟ, ଡ. ହରିହର କାନୁନଗୋ, ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ସ୍ଥାନ ପାଇଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.