ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ କବିତା ଆସର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟି ଅନୁଷ୍ଠାନ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ମାସିକ ସାହିତ୍ୟ କବିତା ଆସର ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଏନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ଓ ସମ୍ପାଦକ ଡ଼ଃ. ଶ୍ୟାମା ପ୍ରସାଦ ମିଶ୍ର, କାର୍ଯ୍ୟକାରୀ ସଭାପତି ଗୌରୀପତି ଦାଶ, ସଭାପତି କୃତ୍ତିବାସ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସମୁଦାୟ ୬୨୨ ସଦସ୍ୟ/ସଦସ୍ୟାଙ୍କ ମଧ୍ୟରୁ ୧୮୭ ଜଣ ସାରସ୍ୱତ ସ୍ରଷ୍ଟାଙ୍କ ଭାଷା ସାହିତ୍ୟ ସାଧନକୁ ଉନ୍ନତି କାମନା ସ୍ୱରୂପ ପ୍ରଶଂସା କରିବା ସହ ଏହି ସାରସ୍ୱତ ପ୍ରତିଭାଧାରୀଙ୍କୁ ମାନପତ୍ର ତଥା ପ୍ରମାଣ ପତ୍ର ପ୍ରଦାନ କରି ଉତ୍ସାହିତ ତଥା ସମ୍ବର୍ଦ୍ଧିତ କରିଥିଲେ। ଏହି ସାରସ୍ୱତ ସ୍ରଷ୍ଟାଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରୁ ମନୋଜ କୁମାର ଦାସ, ବରଗଡ଼ରୁ ସୁଷମା ମଞ୍ଜରୀ ଦାଶ, କୋରାପୁଟରୁ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ଶୋଭାଗିନୀ ନନ୍ଦ, ବାଲେଶ୍ୱରରୁ ପ୍ରଣତି ମହାପାତ୍ର, ନୟାଗଡରୁ ଗୋଦାବରୀଶ ଦାସ, ଭୁବନେଶ୍ୱରରୁ ଅରୁଣ ପଟ୍ଟନାୟକ, ନବରଙ୍ଗପୁରରୁ ବାସନ୍ତୀ ଲତା ଜେନା, କେନ୍ଦୁଝରରୁ ଦୀପ୍ତି ଦେବଦର୍ଶିନୀ ସୂତାରଙ୍କ ସମେତ ଅନେକ କବି କବୟତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.