ରୁପ୍ରା ଧାନ ମଣ୍ଡିରେ ନୂଆ ମିଲର୍ସ ଓ ଏଜେଣ୍ଟ ନିଯୁକ୍ତି ଦେବାପାଇଁ ଚାଷୀଙ୍କ ଜିଲ୍ଲାପାଳଙ୍କୁ ଆବେଦନ; ପୁନରାବୃତ୍ତି ହେଲେ ଆନ୍ଦୋଳନ ଚେତାବନୀ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରେ ୬୦ ପ୍ରତିଶତ ଚାଷୀ ସେମାନଙ୍କ ଧାନ ଅମଳ କରି ସାରିଲେଣି। ଡିସେମ୍ବର ୫ ରେ ମଣ୍ଡି ଆରମ୍ଭ ହେବ ବୋଲି ସୂଚନା ମିଳୁଛି। ପ୍ରତିବର୍ଷ ବିଭିନ୍ନ ସମସ୍ୟା ମଧ୍ୟରେ ସରକାର ସମବାୟ ସମିତି ଗୁଡିକ ମାଧ୍ୟମରେ ଚାଷୀଙ୍କ ଧାନ କ୍ରୟ କରିଥାନ୍ତି। ଆଉ ଏହି ଧାନକୁ ସମ୍ପୃକ୍ତ ମଣ୍ଡି ସହ ସଂଯୁକ୍ତ ହୋଇଥିବା ମିଲ ଗୁଡିକ ଧାନ ଉଠାଇଥାନ୍ତି। ମିଲର୍ସ ଧାନ ଉଠାଣ ପ୍ରକ୍ରିୟାରେ ସଂଯୁକ୍ତ ହୋଇଥିବା ମଣ୍ଡି ଗୁଡିକ ର ସମସ୍ତ ବିଷୟ ନିଜେ ବୁଝିବା ସମ୍ଭବ ହୋଇପାରୁ ନଥିବାରୁ ଏଜେଣ୍ଟ ନିଯୁକ୍ତି କରିଥାଆନ୍ତି। ହେଲେ ନିଜ ପକେଟ ଗରମ କରିବା ପାଇଁ ଏଜେଣ୍ଟ ମାନେ ଚାଷୀଙ୍କୁ ନାକେଦମ୍ କରିଥାନ୍ତି ବୋଲି ଅନେକ ସମୟରେ ଅଭିଯୋଗ ହୋଇଥାଏ। ଏଭଳି ଗୁରୁତର ଅଭିଯୋଗ ନେଇ କୃଷକ ନେତା ଦୁର୍ଯ୍ୟୋଧନ କୁମାର ଙ୍କ ନେତୃତ୍ୱରେ ଭାଗିରଥୀ ନାଏକ, ଲିଚନ ମହାନନ୍ଦ, ଲମ୍ବୋଦର ସାହୁ, ଦୀନବନ୍ଧୁ ସାହୁ, ଲକ୍ଷ୍ମଣ ସାହୁ, ମୁରଲୀ ସାହୁ, ଉଦୟ ଚନ୍ଦ୍ର ସେନାପତି, ସୋମନାଥ ସାହୁ(ଟୁନା), ବ୍ରଜରାଜ ସାହୁ, ହର ସାହୁପ୍ରମୁଖଙ୍କ ସମେତ ରୁପ୍ରା ତଥା ରୁପ୍ରା ପ୍ୟାକ୍ସ ଅଧିନସ୍ଥ ୪୦ ରୁ ଉର୍ଦ୍ଧ୍ବ ଚାଷୀ ଜିଲ୍ଲାପାଳ ଙ୍କୁ ରୁପ୍ରା ଅଞ୍ଚଳର ଚାଷୀଙ୍କୁ ଶୋଷଣରୁ ମୁକ୍ତି କରିବା ପାଇଁ ଦୀର୍ଘ ବର୍ଷ ଧରି ରୁପ୍ରା ମଣ୍ଡିରେ ସଂଯୁକ୍ତ ହୋଇ ଆସୁଥିବା ସେହି ମିଲ ଓ ସେହି ପୁରୁଣା ଏଜେଣ୍ଟ ମାନଙ୍କ ଉପରେ ଅଭିଯୋଗ କରିଥିବା ଜଣାପଡିଛି। ଏହା ଆଜିକାର ସମସ୍ୟା ନୁହଁ। ଦୀର୍ଘ ୧୫ ବର୍ଷ ଧରି ଚାଷୀ ଶୋଷଣର ଶୀକାର ହୋଇ ଆସୁଛନ୍ତି। ଆଗରୁ ଅନେକ ଥର ଏଜେଣ୍ଟ ମାନଙ୍କ ଏତାଦୃଶା କାର୍ଯ୍ୟ କଳାପ ବିଷୟରେ ପ୍ୟାକ୍ସ ସଭାପତି, ସମ୍ପାଦକ ସମସ୍ତଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ପ୍ୟାକ୍ସ କତ୍ତୃପକ୍ଷ, ମିଲର୍ସ, ଯୋଗାଣ ବିଭାଗ ଓ ଏଜେଣ୍ଟ ମାନଙ୍କ ମିଲି ଭଗତ ରହୁଛି।ଏହାର ମୁଖ୍ୟ କାରଣ ରୁପ୍ରା ସମିତି ର ମଣ୍ଡି ଗୁଡିକ ରେ କେସିଙ୍ଗା ର ୭ ରୁ ୮ ଗୋଟି ମିଲ ସଂଯୁକ୍ତ ହୋଇଥାଏ। ସେଗୁଡିକ ଦୁର୍ଗା ରାଇସ ମିଲ, ଜୈନ ଏସ କେ ପି, ଜିଗାଳିଆ ଉଦ୍ୟୋଗ, ବିଟ୍ରାଗ ଟ୍ରେଡ଼ର୍ସ, ଶାଲିମାର, ଶ୍ରୀରାମ ଫୁଡ, ଆରକେ.ଏଗ୍ରୋ, ଶ୍ରୀରାମାନୁଜ ଏଗ୍ରୋ ଉପରୋକ୍ତ ସମସ୍ତ ମିଲର ରୁପ୍ରା ଅଞ୍ଚଳର ସ୍ଥାନୀୟ ଅସାଧୁ ବ୍ୟବସାୟୀ ଦଲାଲ କୁ ମଣ୍ଡି ଗୁଡିକ ରେ ନିଜ ମିଲର ଏଜେଣ୍ଟ ଭାବରେ ନିଯୁକ୍ତ କରିଥାନ୍ତି। ବିଶେଷ କରି ପୁରୁଣା ଏଜେଣ୍ଟ ପ୍ରସନ୍ନ କୁମାର ସାହୁ,ନଗେନ କୁମାର ସାହୁ,କୈଳାସ ଗହୀର, ଡମ୍ବରୁଧର ସାହୁ,ଜାନକୀବଲ୍ଲବ ସାହୁ, ଚୁଡ଼ାମଣି ବିଶ୍ଵାଳ ପ୍ରମୁଖ ଚାଷୀଙ୍କ କୌଣସି କଥା କୁ କର୍ଣ୍ଣପାତ ନ କରିବା ତ‌ଥା ସରକାରଙ୍କ କୌଣସି ନୀତି ନିୟମ କୁ ନ ମାନି ପ୍ରତ୍ୟେକ ଚାଷୀଙ୍କ ର ଧାନରୁ କ୍ଵିଣ୍ଟାଲ ପ୍ରତି ୧୨ ରୁ ୧୬ କେଜି ମଣ୍ଡି ରେ କଟିଙ୍ଗ କରିଥାନ୍ତି। ସେମାନଙ୍କ ଉକ୍ତି ହେଉଛି ଯେ ମିଲର ପ୍ରତି କୁଇଣ୍ଟାଲରୁ ୫ କେଜି, ୫ କେଜି ଏଜେଣ୍ଟ ର ଭାଗ ଅଟେ। ଏବଂ ଖାଲି ଅଖା ବସ୍ତାର ଓଜନ ୧ କେଜି ମାପରେ ଓଜନ କରନ୍ତି। ମଣ୍ଡିକୁ ସମ୍ପୂର୍ଣ ରୂପେ ବେପାରୀ କରଣ କରିଛନ୍ତି। ଏଜେଣ୍ଟ ଇଚ୍ଛା ଅନୁଯାୟୀ ମିଲର୍ସ ମଣ୍ଡିକୁ ଟ୍ରକ ପଠାଏ ଯଦି ଚାଷୀ କୁ କ୍ୱିଣ୍ଟାଲ ପ୍ରତି ୧୨ ରୁ ୧୬ କେଜି କଟିଙ୍ଗ ଦେଲେ ହିଁ ଯଥା ଶୀଘ୍ର ଟ୍ରକ ଆସିକି ଧାନ ଲୋଡ କରି ନେଇଯାଏ। ନ ହେଲେ ଚାଷୀ କୁ ୨୩ ରୁ ୩୦ ଦିନ ମଣ୍ଡିରେ ରାତି ଶୋଇବାକୁ ପଡେ। ଶେଷ ରେ ଚାଷୀ ବାଧ୍ୟହୋଇ କ୍ଲିଣ୍ଟାଲ ପ୍ରତି ୧୨ ରୁ ୧୬ କେଜି କଟିଙ୍ଗ ରେ ଧାନ ବିକିଥାଏ। ସରକାରଙ୍କ ନିୟମ ରହିଥିଲେ ମଧ୍ୟ ମଣ୍ଡି ଗୁଡିକରେ ଖାଲି ଅଖା ବ୍ୟାଗ ଦେଉ ନାହାନ୍ତି। ଖାଲି ଗନି ବ୍ୟାଗ ଏଜେଣ୍ଟ ମାନଙ୍କ ନିଜସ୍ବ ଗୋଦାମ ଗୃହ ରେ ମହଜୁଦ କରି ରଖିଥାନ୍ତି। ଚାଷୀ ଅଖା ବସ୍ତା ମାଗିଲେ କହିଥାନ୍ତି ଯଦି ୧୨ ରୁ ୧୬ କେଜି କଟିଙ୍ଗରେ ଦେଲେ ଅଖା ବସ୍ତା ମିଳିବ ନ ହେଲେ ନାହିଁ। ଏଭଳି ଅନେକ ଅଭିଯୋଗ ନେଇ ଚାଷୀ ଅଣନିଶ୍ୱାସୀ ହୋଇ ରୁପ୍ରା ଧାନ ମଣ୍ଡି ରେ ଦୀର୍ଘ ବର୍ଷ ରୁ ସଂଯୁକ୍ତ ହୋଇ ଆସୁଥିବା ଉପରୋକ୍ତ ମିଲର୍ସ ଓ ପୁରୁଣା ଏଜେଣ୍ଟ ମାନଙ୍କୁ ଚଳିତ ବର୍ଷରୁ ଆଉ ପୁନରାବୃତ୍ତି ନକରିବା ପାଇଁ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ଡିଆରସିଏସ, ଏଆରସିଏସ, ନର୍ଲା ତହସିଲଦାର ଓ ବିଡିଓ ପ୍ରମୁଖଙ୍କୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ଚାଷୀ। ଯଦି ପ୍ରଶାସନ ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ ନକରେ ତା ହେଲେ ମଣ୍ଡି ଉଦ୍ଘାଟନ ସମୟରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.