ଅପ୍ରେଲ ୧୧(ଭୋଟ ଦିନ)କୁ ଡ଼ିଭିଜନ ବନ୍ଦ ଡ଼ାକରା ଦେଲା ଲାଲବାହିନୀ

କିଛି ବି ଅଘଟଣ ଘଟାଇପାରେ ମାଓ ସଂଗଠନ, ଥରୁଛି ମ.ରାମପୁର ଅଭ୍ୟନ୍ତରୀଣ ଇଲାକା

କଳାହାଣ୍ଡି,୬/୪ : ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଚାରିଦିନ ବାକି ଥିବାବେଳେ ଅପ୍ରେଲ ୧୧(ଭୋଟ ଦିନ)କୁ କେକେବିଏନ୍ ଡ଼ିଭିଜନ ବନ୍ଦ ଡ଼ାକରା ଦେଇଛି ମାଓ ସଂଗଠନ । ଏହି ଆହ୍ୱାନ ସହିତ ମ.ରାମପୁର ବ୍ଲକ ମାଣିକେରା ପଂଚାୟତ ନିକଟସ୍ଥ ବାଂଜାମୁଣ୍ଡା ପାଖରେ ମାଓ ବ୍ୟାନର ଓ ପୋଷ୍ଟର ଲଗାଇଛି ଲାଲ ବାହିନୀ । ଏକାଧିକ ମାଓ ପୋଷ୍ଟରେ ମାଓ ସଂଗଠନ କମ୍ରେଡ଼ ଅଜିତାର ହତ୍ୟା, ନିୟମଗିରୀ ଜନଆନ୍ଦୋଳନ ଉପରେ ଦମନ, ଜଙ୍ଗଲ ଜମିରୁ ଆଦିବାସୀଙ୍କୁ ବିସ୍ଥାପନ, ହଳଦୀ ଓ ଜଙ୍ଗଲଜାତ ଦ୍ରବ୍ୟର ସଠିକ ଦାମ ନ ମିଳିବା, ପୋଲିସ ଦମନ, ନାରୀ ନିର୍ଯ୍ୟାତନାକୁ ବିରୋଧ କରି ଏବଂ ମୌଳିକ ସମସ୍ୟା ସମାଧାନ ଦାବୀ ସମୂହକୁ ନେଇ ଭୋଟ ବର୍ଜନ କରିବା ସହିତ ଅପ୍ରେଲ ୧୧କୁ କେକେବିଏନ୍ ଡ଼ିଭିଜନ ବନ୍ଦ ଡ଼ାକରା ଦେଇଛି । କେବଳ ଏତିକି ନୁହେଁ ଭୋଟ ବର୍ଜନ ଓ ଡ଼ିଭିଜନ ବନ୍ଦ କାହିଁକି କରିବା କହି ସେ ସଂକ୍ରାନ୍ତୀୟ ନିଜ ମତ ରଖି ମାଓ ସଂଗଠନ କହିଛି, ବହୁଦେଶୀୟ କଂପାନୀ ସ୍ୱାର୍ଥରେ ଆଦିବାସୀଙ୍କୁ ବଳପୂର୍ବକ ବିସ୍ଥାପନ କରାଯାଉଛି ଓ ବିକାଶ ନାମରେ ଆଦିବାସୀଙ୍କୁ ବଳି ଚଢାଯାଉଛି ।

ଜଳ, ଜମି, ଜଙ୍ଗଲ, ଇଜ୍ଜତ ଓ ଅଧିକାର ପାଇଁ ଲଢୁଥିବା ନିୟମଗିରୀ କର୍ଲାପାଟ, କାଶୀପୁର, କନ୍ଧମାଳ ସମେତ ତମାମ ଆଦିବାସୀ ଦଳିିତ ଲୋକଙ୍କ ଉପରେ ସରକାରୀ ଦମନ ଇଚ୍ଛା ଚାଲିଛି , ଲୋକଙ୍କୁ ଭୟଭୀତ କରି ନିୟମଗିରୀକୁ ବେଦାନ୍ତ ହାତରେ ଟେକିଦେବାକୁ ତ୍ରିଲୋଚନପୁର ପଂଚାୟତ ଅଫିସରେ ସିଆରପିଏଫ୍ କ୍ୟାମ୍ପ ରଖାଯାଇଛି ଏବଂ ନିୟମଗିରି ସୁରକ୍ଷା ସମିତି ନେତା ଲିଙ୍ଗରାଜ ଆଜାଦ ଓ କର୍ମୀ ଶ୍ରୀରାମଙ୍କ ମିଛ କେସ୍ ରେ ଗିରଫ କରାଯାଇଛି । କନ୍ଧମାଳ କୁଖ୍ୟାତ ଏସପି ପ୍ରିତିକ ସିଂ ରାମପଦର ଠାରେ କମ୍ରେଡ଼ ଅଜିତାକୁ ଧରି କୃର ନିର୍ଯ୍ୟାତନା ଦେଇ ହତ୍ୟା କରିଛି ବୋଲି ଉଲ୍ଲେଖ କରିଥିବା ବେଳେ ବାଘୁନା ଡ଼ିଭିଜନାଲ କମିଟୀ(ମାଓବାଦୀ)ତରଫରୁ ଅନ୍ୟଏକ ପୋଷ୍ଟରରେ ଓଡ଼ିଶାର କନ୍ଧମାଳ ମାଟିରେ ସହୀଦ ହୋଇଥିବା ବସ୍ତର ମାଟିର ସାହସୀ ଝିଅ କମ୍ରେଡ଼ ଅଜିତା ଅମର ରହେ, ଅଜିତାର ରକ୍ତ ହେବ ନାହିଁ ବ୍ୟର୍ଥ ଉଲ୍ଲେଖ ରହିବା ସହ ପ୍ରିୟ ସଂଗ୍ରାମୀ ଜନତା ଓ ସାଥୀଗଣ, ମାର୍ଚ୍ଚ ମାସ ୧୩ ତାରିଖ ସକାଳ ୮ଘଟିକା ସମୟରେ କନ୍ଧମାଳ ଜିଲ୍ଲା ରୁତୁଙ୍ଗିଆ ପଂଚାୟତର ରାମପଦର ଗାଁ ନିକଟ ଜଙ୍ଗଲରେ ମାଓବାଦୀ ବିପ୍ଲବୀଙ୍କ ଉପରେ ଖୁନୀ ଏସଓଜି ଓ ଟିଭିଏଫ ଜବାନମାନେ ଅମାନବୀୟ ଭାବେ ଆକ୍ରମଣ କରିଥିଲେ । ଶତୃର ସେହି ବର୍ବର ଆକ୍ରମଣକୁ ସାହାସର ସହ ଜବାବ ଦେଇ କମ୍ରେଡ଼ ଲୋକେ କୋବାସୀ ଓରଫ ଅଜିତା(୨୦)ସହୀଦ ହେଇଯାଇଛି । ତାଙ୍କ ସହୀଦତ୍ୱ ସଂଗ୍ରାମୀ ଜନତା ବିପ୍ଲବୀ ଶିବିର ପାଇଁ ଦୁଃଖଦାୟୀ ଅଟେ ବୋଲି ଉଲ୍ଲେଖ କରିବାସହିତ ଅଜିତାର ଜୀବନ ଓ ସଂଗ୍ରାମର କାହାଣୀ ଉଲ୍ଲେଖ କରିବା ସହ ଅଜିତାର ଏହି ବଳୀଦାନକୁ ସଂଗଠନ ଭୁଲିବ ନାହିଁ ଓ ଉଚିତ ଜାବବ ଦେବ ବୋଲି ଧମକ ଦେଇଛି ।

ଆଜି ଲାଗିଥିବା ପୋଷ୍ଟରରେ କମ୍ରେଡ଼ ଅଜିତାର ବଳିଦାନ ହେବ ନାହିଁ ବ୍ୟର୍ଥ, କମ୍ରେଡ଼ ଅଜିତା ତୁମକୁ ଆମେ ଭୁଲିନାହୁଁ , ଭୁଲିବୁ ନାହିଁ, ଶତ୍ରୃ ସହ ପ୍ରତିଆକ୍ର୍ରମଣ କରି ସହୀଦ ସାଥୀ ଅଜିତା ମୃତ୍ୟୁର ବଦଲା ନିଅନ୍ତୁ ଲେଖାଯାଇଥିବାବେଳେ ଏହି ପୋଷ୍ଟର ବାଘୁନା ଡ଼ିଭିଜନାଲ କମିଟୀ ସିପିଆଇ(ମାଓବାଦୀ) ତରଫରୁ ଲଗାଯାଇଥିବା ଜଣାଯାଇଛି ।

ମିଛଲୋକ ସଭା, ବିଧାନ ସଭା ନିର୍ବାଚନ ବର୍ଜନ କରନ୍ତୁ । ପ୍ରତାରକ, ଅପାରଗ, ଦେଶଦ୍ରୋହୀ, ସାମ୍ରାଜ୍ୟବାଦ ହିତରକ୍ଷାକାରୀ, ଦଲାଲଙ୍କୁ ମାରିଖେଦନ୍ତୁ ବୋଲି ବାରମ୍ବାର ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଉଥିବାବେଳେ ଚଳିତ ସାଧାରଣ ନିର୍ବାଚନରେ କିଛି ବି ଅଘଟଣ ଘଟିପାରେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ସାଧାରଣ ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି ମାଓ ସଂଗଠନ ତରଫରୁ ସେତିକି ପୋଷ୍ଟର ଓ ବ୍ୟାନର ସହିତ ମାଓବାଦୀ ସଂଗଠନ ନିଜର ତାଜା ଉପସ୍ଥିତିକୁ ଜାହିର କରୁଛି ଯାହାକୁ ନେଇ ସାଧାରଣରେ ତୀବ୍ର ଭୟ ଦେଖାଦେଇଥିବା ବେଳେ ପୋଲିସ ଓ ପ୍ରଶାସନ ପ୍ରତି ଚଳିତ ନିର୍ବାଚନ ଏକ ବଡ଼ ଚ୍ୟାଲେଞ୍ଜ ହେଇ ଠିଆ ହେଇଛି । ଏହି କିଛି ଦିନ ହେଲା ନିୟମିତ ବ୍ୟବଧାନରେ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଲାଗିରହିଛି ଏବଂ ମାଓବାଦୀଙ୍କ ଚଳପ୍ରଚଳ ହେବା, ରାସ୍ତାରେ ବିସ୍ଫୋରଣ ଖଂଜିବା ଘଟଣା ସମୂହ ଅଂଚଳର ଆଭ୍ୟନ୍ତରୀଣ ଇଲାକାର ଜନସାଧାରଣଙ୍କ ଆଖିରୁ ନିଦ ହଜାଇଦେଇଛି ।

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ଆମ ହ୍ଵାଟ୍ସଆପ ଗ୍ରୁପ ଜଏନ୍ କରନ୍ତୁ👇

https://chat.whatsapp.com/IBSnOQ6qsPPJUVoq1ko4wG

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.