ହକି ବିଶ୍ବକପ୍ ରଥକୁ ସୁବର୍ଣ୍ଣପୁର ଜିଲ୍ଲାରେ ଭବ୍ୟ ସ୍ୱାଗତ

ଓଡିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଓଡିଶାରେ ହେବାକୁ ଥିବା ହକି ବିଶ୍ୱକପ ଉପଲକ୍ଷେ ବାହାରିଥିବା ହକି ରଥ ବିଭିନ୍ନ ବ୍ଲକ ଦେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ପହଂଚିଛି। ଡୁଙ୍ଗୁରିପାଲି ଜଗନ୍ନାଥ ମନ୍ଦିରଠାରେ ଏହାକୁ ସ୍ୱାଗତ କରିବା ସହ ଜଗନ୍ନାଥ ମହାପ୍ରଭୁଙ୍କ ଠାରେ ପୂଜା ଅର୍ଚ୍ଚନା କରି ସହର ପରିକ୍ରମା କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ହକି ରଥ ରାଲିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଅର୍ଥ ଓ ସଂସଦୀୟ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୁଜାରୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଡୁଙ୍ଗୁରିପାଲି ବ୍ଲକ ଅଧ୍ୟାକ୍ଷା ଅହଲ୍ୟା ସାହୁ, ଉପାଧ୍ୟକ୍ଷ ବେଲାର ସାହୁ, ସ୍ଥାନୀୟ ସରପଞ୍ଚ ଚିତ୍ତରଞନ ମିଶ୍ର, ଉପଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ,

Udyog Nursery
Udyogi Nursery

ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ ଏବଂ ସ୍ଥାନୀୟ ବିଭିନ୍ନ ସମାଜସେବୀ ସଂଗଠନ, ସ୍କୁଲ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ। ଡୁଙ୍ଗୁରିପାଲି ଜଗନ୍ନାଥ ମନ୍ଦିରରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ତାପରେ ବୈଦୁପାଲି, ଚେରୁପାଲି, ଶୁଖା, କର୍ଲାଯୁରି, ଇଚ୍ଛାପୁର ପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.