ଏମଏସ୍ଏମଇ ମେଳାରେ ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ‘ଉଦ୍ୟମୀ’ର ପ୍ରଥମ ସ୍ଥାନ ହାସଲ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶିପୁର (ଶିବ ନାରାୟଣ ଗୈାଡ/ ଆଲାରାମ ଭାତ୍ରା): ରାୟଗଡାଠାରେ ୨୦୨୩ ମାର୍ଚ୍ଚ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏମଏସ୍ଏମଇ ମେଳାରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଅଂଶଗ୍ରହଣ କରିବା ସହିତ ନିଜର ସିଏସ୍‌ର ଏବଂ ଦୀର୍ଘସ୍ଥାୟୀ ପ୍ରୟାସ ସମୂହକୁ ପ୍ରଦର୍ଶନ କରୁଥିବା ମୋଟ ୧୧ଟି ଷ୍ଟଲ୍‌ ଖୋଲିଥିଲା। ସିଏସର ଷ୍ଟଲ୍‌ଗୁଡିକରେ ପ୍ରୋଜେକ୍ଟ ସକ୍ଷମ ଏବଂ ପ୍ରୋଜେକ୍ଟ କୌଶଲ୍ୟାର ସଫଳତା ପ୍ରଦର୍ଶିତ ହୋଇଥିଲା ଏବଂ ପ୍ରୋଜେକ୍ଟ ଉଦ୍ୟମୀ ଷ୍ଟଲ୍‌ଗୁଡିକରେ ଏହାର କ୍ଷେତ୍ରସ୍ତରରେ ଥିବା ୮ଟି ଉଦ୍ୟୋଗର ପ୍ରଦର୍ଶନ ସ୍ଥାନ ପାଇଥିଲା।

Omkar Vasthu
Omkar Vasthu

ଏହି ଏମଏସ୍ଏମଇ ମେଳାରେ ପ୍ରଦର୍ଶିତ ୧୦୦ଟି ଷ୍ଟଲ୍‌ ମଧ୍ୟରୁ ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉଦ୍ୟମୀ ପକ୍ଷରୁ ଉଦୀୟମାନ ଉଦ୍ୟୋଗୀମାନଙ୍କ ପାଇଁ ନବସୃଜନ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ଲକ୍ଷ୍ୟ ହାସଲ ପ୍ରୟାସ ନିମନ୍ତେ ଏହା ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ପ୍ରକଳ୍ପ ଔଦ୍ୟୋଗିକତାର ବିକାଶ ଏବଂ ‘ଆତ୍ମନିର୍ଭର ଭାରତ’ ଗଠନ ଜାତୀୟ କାର୍ଯ୍ୟସୂଚୀ ଦିଗରେ ଅବଦାନ ରଖିବା ନିମନ୍ତେ ପ୍ରତିବଦ୍ଧ।

Pearl dental clinic
Near Ashish Medical Store, Bhawanipatna

ଏହି ପ୍ରକଳ୍ପ ରାୟଗଡା ଏବଂ କଳାହାଣ୍ଡିର ଆଦିବାସୀବହୁକ ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ଓଦ୍ୟୋଗିକ ପରିବ୍ୟବସ୍ଥା ସୃଷ୍ଟି କରିବା ସହିତ ପ୍ରଥମ ପିଢିର ଉଦ୍ୟୋଗୀ ସୃଷ୍ଟି କରୁଛି। ଉତ୍କଳ ଆଲୁମିନାର ଉଦ୍ୟୋଗୀଗଣ ଏହି ଉଦ୍ୟୋଗୀ ପ୍ରଦର୍ଶନୀ ୨୦୨୩ର ଅଂଶବିଶେଷ ହୋଇଥିବାରୁ ନିଜକୁ ଗର୍ବିତ ମନେକରୁଛନ୍ତି, ଯେଉଁଠାରେ ସେମାନେ ସେମାନଙ୍କର ନବୋନ୍ଵେଷୀ ଏବଂ ଦୀର୍ଘସ୍ଥାୟୀ ପ୍ରୟାସଗୁଡିକ ପ୍ରଦର୍ଶନ କରିଛନ୍ତି। ଉଦ୍ୟୋଗୀମାନେ ଜନସାଧାରଣଙ୍କୁ କିଭଳି ସଶକ୍ତ କରିପାରିବେ ଏବଂ ଗୋଷ୍ଠୀର ଅଭିବୃଦ୍ଧି ଦିଗରେ ଅବଦାନ ରଖିପାରିବେ, ଏହି ପ୍ରକଳ୍ପ ତାହାର ଜ୍ଵଳନ୍ତ ଉଦାହରଣ ହୋଇଛି।

Udyog Nursery
Udyogi Nursery

ଓଡ଼ିଶାର ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ରାୟଗଡାର ଏମଏସ୍ଏମଇ ମେଳାରେ ୟୁଏଆଇଏଲ୍‌ର ସିଏସ୍‌ର ଏବଂ ସଷ୍ଟେନେବିଲିଟି ଷ୍ଟଲ୍‌ଗୁଡିକ ଉଦ୍‌ଘାଟନ କରିବା ସହିତ ତାହା ବୁଲି ଦେଖିଥିଲେ। ସେମାନେ ଉତ୍କଳ ଆଲୁମିନା ଟିମ୍‌କୁ ସେମାନଙ୍କର ପ୍ରୟାସ ନିମନ୍ତେ ପ୍ରଶଂସା କରିବା ସହିତ ଉଦୀୟମାନ ଉଦ୍ୟୋଗୀ ଏବଂ ଉଦ୍ୟୋଗଗୁଡିକୁ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଶ୍ରୀ ଭାସ୍କର ବାନାର୍ଜୀ, ଭାଇସ ପ୍ରେସିଡେଣ୍ଟ, ଫାଇନାନ୍ସ ଆଣ୍ଡ କମର୍ସିଆଲ୍ ମୁଖ୍ୟ ଅତିଥି, ଶ୍ରୀ ବିକାଶ ଚନ୍ଦ୍ର ବାଇନ, ଓଏସଏସ୍ (ଏସଏଜି) ଜିଏମ୍ ଡିଆଇସି, ରାୟଗଡା, ଶ୍ରୀ ବିଭୁତି ଭୂଷଣ ପଟ୍ଟନାୟକ, ଡିଜିଏମ୍, ଇମ୍ଫା, ଶ୍ରୀ ବିଶ୍ୱଜିତ ଦ୍ଵିବେଦୀ, ଭାଇସ ପ୍ରେସିଡେଣ୍ଟ, କମର୍ସିଆଲ, ଜେକେ ପେପର୍ସ, ଶ୍ରୀ ଏସ.କେ.ଚୌଦୁଇଆ, ଡିଏସ୍‌ପି ହେଡକ୍ୱାର୍ଟର୍ସ, ଏସ୍‌ପି କାର୍ଯ୍ୟାଳୟ, ରାୟଗଡା ଏବଂ ଜିଏମ୍ ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ (ସିଏସ୍‌ର, ସିଆର ଆଣ୍ଡ୍ ଏସ୍) ୟୁଏଆଇଏଲ୍ ଅନ୍ୟ ବିଶିଷ୍ଟ ଅତିଥ୍‌ ଭାବରେ ଉପସ୍ଥିତ ଥିଲେ। ଏହି ସ୍ବୀକୃତି ଉତ୍କଳ ଆଲୁମିନାର ଉଦ୍ୟମୀ, ସିଏସ୍ଆର ଏବଂ ସଷ୍ଟେନେବିଲିଟି ଟିମ୍‌ଗୁଡିକୁ ଅଧ୍ଵକ କଠିନ ପରିଶ୍ରମ କରିବା ଏବଂ ଗୋଷ୍ଠୀ ପ୍ରତି ନିଜର ପ୍ରତିଦାନ ରଖୁବା ଏବଂ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବାକୁ ଉତ୍ସାହିତ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.