• ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ
ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଉମରକୋଟ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରୀ ନାଗେଶ୍ବରୀ ଗଣ୍ଡଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହାର ଉଚ୍ଚ ସ୍ତରୀୟ ତଦନ୍ତ ସହ ମୃତ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛି ଛାତ୍ର କଂଗ୍ରେସ। ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ଛାତ୍ର କଂଗ୍ରେସ ତରଫରୁ ଦାବିପତ୍ର ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଆଇଟିଆଇ କଲେଜର ଅଧ୍ୟକ୍ଷଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।
ଛାତ୍ର କଂଗ୍ରେସ ସଭାପତି ପବିତ୍ର ଗରୋଡା, ଓଡ଼ିଶା ଆଦିବାସୀ କଂଗ୍ରେସ ସଭାପତି ତଥା ପୂର୍ବତନ ଡ଼ାବୁଗାଁ ବିଧାୟକ ଭୁଜବଲ ମାଝୀ , ଉମରକୋଟ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ତଥା ସଂଗ୍ରାମୀ ନେତା ସନରାଜ ଗଣ୍ଡ, ଟାଉନ ସଭାପତି ଟୁଲୁ ସାହୁ, କଂଗ୍ରେସ ଦଳର ବରିଷ୍ଠ ନେତ୍ରୀ ହରାବତି ଗଣ୍ଡ, ସମ୍ପାଦକ ପର୍ଶୁରାମ ନାୟକ, ଉମରକୋଟ ନିର୍ବାଚନ ମଣ୍ଡଳୀ ସଭାପତି ଅଜୟ ଚୌହାନ, ଜିଲ୍ଲା କଂଗ୍ରେସ ସଂପାଦକ ପ୍ରଦୀପ ସାହୁ, ବରିଷ୍ଠ କଂଗ୍ରେସ ନେତା ବାବୁଲା ପଟ୍ଟନାୟକ, ନବରଙ୍ଗପୁର ଜିଲ୍ଲା ସଂଖ୍ୟା ଲଘୁ ସେଲ୍ ସଭାପତି ଉସମାନ ଲାଟିଆ, ଏସ ବିଜୟ, ଶଙ୍କର ମଣ୍ଡଳ, ସୁନ୍ଦର ଗଣ୍ଡ, ସୁବାଷ ସାଗର, ଯାନୁଆର ପୁଜାରୀ, ଉମେଶ ଗଣ୍ଡଙ୍କ ସମେତ ଛାତ୍ର କଂଗ୍ରେସର ଶତାଧିକ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଦଶ ଦିନ ସମୟ ଅବଧି ଭିତରେ ଦାବୀ ପୂରଣ ନହେଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଛାତ୍ର କଂଗ୍ରେସ।