ବନାଗ୍ନୀ ସଚେତନତା ତଥା ବନ୍ୟପ୍ରାଣୀ ସୁରକ୍ଷା ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧୀନ ମ.ରାମପୁର ରେଂଜ ଅନ୍ତର୍ଗତ ଜୁରାଖମନ ବନ ବଭାଗ ବଙ୍ଗଳା ଠାରେ ବନାଗ୍ନୀ ସଚେତନତା ତଥା ବନ୍ୟପ୍ରାଣୀ ସୁରକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି। ମ.ରାମପୁର ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ କୁମାର ପ୍ରଧାନ, ମ.ରାମପୁର ବ୍ଲକ ସରପଂଚ ସଂଘ ସଂପାଦିକା ବୀଣାପାଣି ସାହୁ, ନର୍ଲା ରେଂଜ ଅଧିକାରୀ ପ୍ରଶାନ୍ତ କୁମାର ପାଳ, ଯୁବ ସଂଗଠକ ତଥା କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ସଂଘ କଳାହାଣ୍ଡି ଡ଼ିଭିଜନ ଜିଲ୍ଲା ସଭାପତି ଚିରାଗ ସିଂହଦେଓ, ଦମକଳ ଅଧିକାରୀ ଲବ ନାୟକ ପ୍ରମୁଖ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ବନକୁ ନିଆଁରୁ ରକ୍ଷା, ଜଙ୍ଗଲ ସୁରକ୍ଷା ଏବଂ ଏଥିରେ ଆମସମସ୍ତଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ ସଂପର୍କରେ ସଚେତନ କରେଇଥିଲେ । ଆମ ଜଙ୍ଗଲ ଯୋଜନାର ଟିମ୍ ଲିଡ଼ର୍ ପ୍ରଦୀପ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏକ ସଚେତନ ରଥକୁ ଅତିଥିମାନେ ପୂଜାର୍ଚ୍ଚନା ପୂର୍ବକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼େପୁଟି ରେଂଜର ଝୁନୁବାଳା ଦେଈ, ଫରେଷ୍ଟର ମ.ରାମପୁର ରମେଶ ଚନ୍ଦ୍ର ବାଗ, ଫରେଷ୍ଟର ଜୁରାଖମନ୍ ଦୀପକ ସା,ଫରେଷ୍ଟର ମଦନପୁର ସଂପଦ କୁମାର, ଫରେଷ୍ଟର ମୋହନଗିରୀ ଯଶୋବନ୍ତ ପାତ୍ର,  ବାଳକୃଷ୍ଣ ଜାଲ, ରାଜଲକ୍ଷ୍ମୀ ପ୍ରଧାନ, ଗୋପୀନାଥ ନାଏକ, ଡ଼ିଇଓ ନୀଳମାଧବ ପଣ୍ଡାଙ୍କ ସମେତ ସମସ୍ତ ବନକର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ମୋହନଗରିୀ, ସିଂହପୁର, ମାଣିକେରା, ଉର୍ଲଦାନୀ, ଦେଢଶୂଳୀ, ମଦନପୁର, ପଣ୍ଡକାମାଲ, ମ.ରାମପୁର, ଅଲାତରା ଇତ୍ୟାଦି ପଂଚାୟତ ଅଂଚଳର ଜଙ୍ଗଲ ସୁରକ୍ଷା କମିଟୀ, ଫାୟାର ସ୍କ୍ୱାର୍ଡ଼, ଏଲିଫେଣ୍ଟ ସ୍କ୍ୱାର୍ଡ଼, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟ, ପଂଚାୟତି ରାଜ ପ୍ରତିନିଧି, ମିଶନ ଶକ୍ତି ବିଭାଗର ଏମବିକେ, ସିଆରପି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତର କର୍ମକର୍ତ୍ତା, ବିଭିନ୍ନ ମହିଳା ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.