କୋଲକାତା, ରାୟଗଡରୁ ଓ ସମ୍ବଲପୁରରୁ ସ୍ୱତନ୍ତ୍ର କଳାକାର ନିମନ୍ତ୍ରିତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ରୁପ୍ରାରୋଡ ବୈଷ୍ଣୋ ଦେବୀ ମନ୍ଦିରରେ ଚାଲିଛି ଚୈତ୍ର “ନବରାତ୍ରୀ” ଉତ୍ସବ । ବୈଷ୍ଣୋଧାମରେ ରୁପ୍ରାରୋଡ “ହାଡୋଦିଆ” ପରିବାରର ପ୍ରତ୍ୟକ୍ଷ ତତ୍ୱାବଧାନରେ ନବରାତ୍ରୀ ଉତ୍ସବ ଗତ ତା୨୨/୩ ରୁ ଚାଲିଆସୁଥିବା ବେଳେ ୩୦/୩ ନବମୀ ଦିନ ଏହାର ଉଦଜାପନୀ ଉତ୍ସବ ଅନୁଷ୍ଠିତ ହେବ । ଉଦ୍ଜାପନୀ ଉତ୍ସବ ନବମୀ ରାତିରେ ଜାଗର ( ଜଗ୍ରାତା) ପାଳିବେ ଶ୍ରଦ୍ଧାଳୁ ଭକ୍ତ । ଏଥିପାଇଁ ପରିଚାଳନା କମିଟି “ହାଡୋଦିଆ” ପରିବାର ତରଫରୁ ମା “ବୈଷ୍ଣାଦେବୀ”ଙ୍କ ଭଜନ ପରିବେଶଣ ପାଇଁ ସମ୍ବଲପୁରରୁ ଭଜନମଣ୍ଡଳୀ ଆସିବାକୁ ଥିବା ବେଳେ ସୁଦୂର ରାୟଗଡରୁ ସ୍ୱତନ୍ତ୍ର ଭାବରେ ମ୍ୟଜିକ୍ ଟିମକୁ ଆମନ୍ତ୍ରଣ କରାଯାଇଛି । ମା “ବୈଷ୍ଣୋଦେବୀ”ଙ୍କ ବିଭିନ୍ନ ଅବତାରର ବେଶ ପରିପାଟି ନିମନ୍ତେ “ଝାକି” ପାଇଁ କୋଲକାତାରୁ ସ୍ୱତନ୍ତ୍ର ଚିତ୍ରାଳୟ ଟିମ୍ କୁ ଆମନ୍ତ୍ରଣ କରାଯାଇଥିବା “ହାଡୋଦିଆ” ପରିବାରର ବରିଷ୍ଠ ସଦସ୍ୟ ଅନୀଲ କୁମାର ଅଗ୍ରୱାଲ ସୂଚନା ପ୍ରଦାନ କରିଛନ୍ତି । ଏହି ଚୈତ୍ର ନବରାତ୍ରୀ ପୂଜାରେ ପ୍ରତ୍ୟହ ସାନ୍ଧ୍ୟ ଆଳତୀ ସମୟରେ ପ୍ରବଳ ଭକ୍ତ ସମାଗମ ହେଉଥିବା ଦେଖିବାକୁ ମିଳିଛି । ପ୍ରତ୍ୟହ ସଂନ୍ଧ୍ୟା ୭.୩୦ ରୁ ଓମ୍ ଅଗ୍ରୱାଲ, ପାୟଲ ଅଗ୍ରୱାଲ, କାଜଲ ଅଗ୍ରୱାଲ, ମହିମା ଅଗ୍ରୱାଲଙ୍କ ନେତୃତ୍ୱରେ ଆକର୍ଷଣୀୟ ଦାଣ୍ଡିଆ ନୃତ୍ୟ ପରିବେଷିତ ହେଉଛି । ଚୈତ୍ର ନବରାତ୍ରୀ ପୂଜାର ପୂଜା କର୍ତ୍ତା ଭାବରେ ହାଡୋଦିଆ ପରିବାରର ସରୋଜଦେବୀ ହାଡୋଦିଆ ଓ ସାଗରମଲ ହାଡୋଦିଆ ଦମ୍ପତି ଦାଇତ୍ୱ ନିର୍ବାହନ କରୁଥିବା ବେଳେ ପ୍ରସିଦ୍ଧ ପଣ୍ଡିତ ସୁରେନ୍ଦ୍ର ଶର୍ମା ଓ ବୃନ୍ଦାବନ ରୁ ଆସିଥିବା ପଣ୍ଡିତ ମଣିଶଙ୍କର ପାଣ୍ଡେ ପୂଜକ ପଣ୍ଡିତ ଭାବରେ ଦାଇତ୍ୱ ସମ୍ପାଦନ କରୁଥିବା ଜଣାପଡିଛି । ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ରୁପ୍ରାରୋଡ ବୈଷ୍ଣୋ ଧାମରେ ଚାଲୁଥିବା ଚୈତ୍ର ନବରାତ୍ରୀ ପୂଜାରେ ବହୁ ସଂଖ୍ୟାରେ ଯୋଗଦାନ କରି ମା ଙ୍କ ଅପାର କରୁଣା ଓ ଆଶୀଷ ଲାଭ କରୁନ୍ତୁ ବୋଲି ଆୟୋଜକ “ହାଡୋଦିଆ” ପରିବାର ତରଫରୁ ସମସ୍ତଙ୍କୁ ଆଗ୍ରହ କରାଯାଇଛି ।