ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବଡ ଧାରପୁର ଗ୍ରାମ ପଂଚାୟତ ସାବଦୋହନୀ ଗ୍ରାମର ରାଜାରାମ ପାତ୍ରଙ୍କ ଝିଅ ଦୁଷିଲା ପାତ୍ର(୧୯)ଙ୍କ ସର୍ପାଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବରରୁ ଜଣାପଡିଛି ଯେ ରାତି ପ୍ରାୟ ଗୋଟାଏ ବେଳେ ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡି ଦେଇଥିଲା। ଦୁଷିଲା ଯନ୍ତ୍ରଣାରେ ଚିତ୍କାର କରିବାରୁ ଘରଲୋକେ କୌଣସି ପୋକ କାମୁଡ଼ି ଦେଇଥିବା ସନ୍ଦେହ କରି ଦେଶୀ ଉପଚାର କରିଥିଲେ। ଭୋର ୪ ଟା ବେଳେ ସେ ନିସ୍ତେଜ ହୋଇପଡିଥିଲେ। ଏହାପରେ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇ ଭବାନୀପାଟଣା ଡାକ୍ତରଖାନା ନେଉଥିବା ସମୟରେ ସକାଳ ୮ ଘଣ୍ଟା ସମୟରେ ବାଟରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଏହି ଅଞ୍ଚଳରେ ସାପକାମୁଡ଼ାରେ ଏହି ମାସରେ ଏହା ଦ୍ୱିତୀୟ ଘଟଣା।